ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆଇପିଏଲ ମହାଯୁଦ୍ଧ ଆରମ୍ଭ ହେଉଥିବା ବେଳେ ମେ ୨୫ରେ ଫାଇନାଲ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ (ଆରସିବି) ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଦଳ ପରସ୍ପରର ମୁହାଁମୁହିଁ ହେବେ। 

Advertisment

ଏହା ପୂର୍ବରୁ ଉଭୟ ଦଳର ଖେଳାଳିମାନେ ଝାଳବୁହା ପରିଶ୍ରମ କରୁଛନ୍ତି। ଗତଗୁରୁବାର ବିରାଟ କୋହଲି ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁର ଅନ୍ୟ ଖେଳାଳିମାନଙ୍କୁ ଇଡେନ ଗାର୍ଡେନରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା। 

ବିରାଟ କୋହଲି ଅଭ୍ୟାସ ସେସନ ସମୟରେ ୪ଟି ଭିନ୍ନ ବ୍ୟାଟ୍ ବ୍ୟବହାର କରିଥିଲେ। ସେ ସମସ୍ତ ଖେଳାଳିଙ୍କ ପୂର୍ବରୁ ପ୍ରଥମେ ଅଭ୍ୟାସ ସେସନରେ ପହଞ୍ଚି ଯାଇଥିଲେ। କୋଲକାତାରେ ବିରାଟଙ୍କ କ୍ରେଜ ଖୁବ ରହିଛି। ନେଟ ‌ସେସନ ସମୟରେ ଷ୍ଟାଡିୟମରେ ହଜାରହଜାର ଫ୍ୟାନ୍ସ ପହଞ୍ଚିଥିବା ଦେଖିବାକୁ ମିଳିଛି।

ଆଇପିଏଲର ଚଳିତ ସିଜିନରେ ବି ୧୦ଟି ଭାଗନେବା ସହ ୬୫ ଦିନରେ ଫାଇନାଲ ମ୍ୟାଚ ସମେତ୍ ମୈଦାନରେ ମୋଟ୍ ୭୪ଟି ମୁକାବିଲା ଦେଖିବାକୁ ମିଳିବ । ସମସ୍ତ ମ୍ୟାଚ୍ ଭାରତର ୧୩ଟି ଭେନ୍ୟୁରେ ଖାଳାଯିବାକୁ ଥିବା ବେଳେ ୬୨ଟି ମ୍ୟାଚ୍ ସନ୍ଧ୍ୟା ସମୟରେ ଏବଂ ୧୨ଟି ମ୍ୟାଚ୍ ଅପରାହ୍ଣରେ ଖେଳାଯିବା ନେଇ ଧାର୍ୟ୍ୟ ହୋଇଛି । ତେବେ ଅପରାହ୍ଣରେ ଖେଳାଯିବାକୁ ଥିବା ମ୍ୟାଚ୍ ୩.୩୦ରୁ ଆରମ୍ଭ ହେବ । ସେହିପରି ସନ୍ଧ୍ୟାରେ ଖେଳାଯିବାକୁ ଥିବା ମ୍ୟାଚ୍ ସାଢେ ୭ଟାରୁ ଆରମ୍ଭ ହେବ ।