ପାଣ୍ଡ୍ୟାଙ୍କୁ ପ୍ରଶଂସକଙ୍କ ସମର୍ଥନ

ମୁମ୍ବାଇ: ଟେଲି ଅଭିନେତ୍ରୀ କ୍ରିଷ୍ଟଲ ଡି’ସୁଜା ନିକଟରେ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଭାରତୀୟ କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କ ସହ ଉଠାଇଥିବା ଫଟୋ ପ୍ରକାଶ କରିଥିଲେ। ଏହି ଫଟୋ ପ୍ରକାଶ ପାଇବା ପରେ ପାଣ୍ଡ୍ୟାଙ୍କୁ ଆଉ କେତେକ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଜାତିଆଣ ମନ୍ତବ୍ୟ ଦେଇଥିଲେ। ତାଙ୍କ ଦେହର ରଙ୍ଗକୁ ନେଇ ନାନା ଟିପ୍ପଣୀ ଦେଇଥିଲେ। ଡି’ସୁଜାଙ୍କ ଜଣେ ପ୍ରଶଂସକ ତ’ ସବୁ ସୀମା ଟପି ଯାଇ ପାଣ୍ଡ୍ୟାଙ୍କୁ କାଳୁ ଭାଇ ବୋଲି ସମ୍ବୋଧନ କରିଥିଲେ। ‌ସେ ଲେଖିଥିଲେ କାଳୁ ଭାଇ, ତୁମେ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍ ଦଳରେ କାହିଁକି ସ୍ଥାନ ପାଇଲନି? ଏହି ମନ୍ତବ୍ୟ ପ୍ରକାଶ ପାଇବା ପରେ ପାଣ୍ଡ୍ୟା ପ୍ରଶଂସକମାନେ ତାଙ୍କ ସମର୍ଥନରେ ବାହାରି ପଡ଼ିଛନ୍ତି। ଜଣକ ରଙ୍ଗକୁ ଦେଇ ମନ୍ତବ୍ୟ ଦେବା ଆଦୌ ଠିକ୍ ନୁହେଁ ବୋଲି ସେମାନେ ପାଲଟା ମନ୍ତବ୍ୟ ଦେଇଛନ୍ତି। ଡି’ସୁଜାଙ୍କ ଅନ୍ୟ ପ୍ରଶଂସକମାନେ ମଧ୍ୟ ଏଭଳି ମନ୍ତବ୍ୟକୁ ଘୋର ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର