ଫାଓ ଏକାଡେମୀର ‌ଟ୍ୟାଲେଣ୍ଟ୍ ହଣ୍ଟ୍ ୮ରୁ

କଟକ : ସର୍ବଭାରତୀୟ ୟୁଥ୍ ଲିଗ୍ ଫୁଟ୍‌ବଲରେ ଓଡ଼ିଶା ଦଳ ଅଂଶ ଗ୍ରହଣ କରିବ। ଏଥିପାଇଁ ଦଳ ଚୟନ କରିବାକୁ ଫୁଟ୍‌ବଲ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ପକ୍ଷରୁ ପ୍ରତିଭା ଚୟନ (ଟ୍ୟାଲେଣ୍ଟ୍ ହଣ୍ଟ୍‌) କରାଯିବ। ଆସନ୍ତା ୮ ଓ ୯ ତାରିଖରେ ଚୟନ ପ୍ରକ୍ରିୟା କଟକରେ ଅନୁଷ୍ଠିତ ହେବ। ଏଥିପାଇଁ ଇଛୁକ ଫୁଟ୍‌ବଲ ଖେଳାଳିମାନେ ବୟସ ପ୍ରମାଣପତ୍ର, ଆଧାର ପରିଚୟପତ୍ର, ପାସ୍‌ପୋର୍ଟ ଫଟୋ ଆଣିବାକୁ କୁହାଯାଇଛି।

ଏହି ଚୟନ ୧୩, ୧୫ ଓ ୧୭ ବର୍ଷରୁ କମ୍ ବୟସ ବର୍ଗର ଖେଳାଳିଙ୍କ ପାଇଁ ଅନୁଷ୍ଠିତ ହେବ। ଚୟନ ପାଇଁ ଉଦ୍ଦିଷ୍ଟ ବୟସ ବର୍ଗରେ ୧୩ ବର୍ଷରୁ କମ୍ ପ୍ରାର୍ଥୀଙ୍କ ଜନ୍ମ ୨୦୧୧ ଜାନୁଆରି ପହିଲାରୁ ୩୧ ଡି‌ସେମ୍ବର ୨୦୧୩ ଭିତରେ, ୧୫ ବର୍ଷରୁ କମ୍‌ ବୟସ ବର୍ଗ ପାଇଁ ପ୍ରାର୍ଥୀଙ୍କ ଜନ୍ମ ଜାନୁଆରି ପହିଲାରୁ ୨୦୦୯ରୁ ୩୧ ଡି‌ସେମ୍ବର ୨୦୧୦ ମଧ୍ୟରେ ଓ ୧୭ ବର୍ଷରୁ କମ୍ ବୟସ ବର୍ଗ ପାଇଁ ପ୍ରାର୍ଥୀଙ୍କ ଜନ୍ମ ଜାନୁଆରି ପହିଲା ୨୦୦୭ରୁ ୩୧ ଡିସେମ୍ବର ୨୦୦୮ ମଧ୍ୟରେ ହୋଇଥିବା ଆବଶ୍ୟକ ବୋଲି ଫାଓ ପକ୍ଷରୁ ସୂଚନା ଦିଆଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ [email protected]ରେ ଇ-ମେଲ୍‌ କରିପାରିବେ।

ସମ୍ବନ୍ଧିତ ଖବର