କଟକ: ଓଡ଼ିଶା ଫୁଟ୍‌ବଲ ସ˚ଘ ‘ଫାଓ’ର କ୍ଲବସ୍ତରୀୟ ଘରୋଇ ପ୍ରତିଯୋଗିତା ଫାଓ ଲିଗ୍‌ ଚଳିତ ବର୍ଷ ପାଇଁ ବାତିଲ ହୋଇପାରେ। ଯଦିଓ ଏସ˚କ୍ରାନ୍ତରେ ‘ଫାଓ’ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ, ତଥାପି ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଛି। ସରକାରଙ୍କ ପକ୍ଷରୁ ନିର୍ଦ୍ଧିଷ୍ଟ ନିୟମାବଳୀ ଆସିବା ପରେ ହିଁ ଲିଗ୍‌ ସ˚କ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ସମ୍ପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି। କିନ୍ତୁ ଏହି ସମୟ ବେଳକୁ ବର୍ଷା ଆରମ୍ଭ ହୋଇସାରିଥିବ। କୋଭିଡ୍‌-୧୯ର ଭୟାବହତାକୁ ଦୃଷ୍ଟିରେ ରଖିଲେ, ଯଦି ମ୍ୟାଚ୍‌ ଖେଳିବାକୁ ଅନୁମତି ମିଳେ ତାହେଲେ ସ˚କ୍ରମଣର ଭୟ ଅଧିକ ରହିବ। କାରଣ ଖେଳାଳିଙ୍କଠୁ ପ୍ରବଳ ଝାଳ ବାହାରିବ ଓ ବର୍ଷା ହେଲେ ଦେହ ମଧ୍ୟ ଓଦା ରହିବ। ଏଥିସହ ପଡ଼ିଆ କାଦୁଆ ହେବା ସହ ବଲ୍‌ ମଧ୍ୟ ସମସ୍ତଙ୍କୁ ଛୁଇଁବ। ପୁଣି ଆହତ ସମ୍ଭାବନା ଅଧିକ ରହିଛି। ବିଶ୍ବ ସ˚ଘ ‘ଫିଫା’ ତରଫରୁ ବଲ୍‌ର ବିଶୋଧନ କିମ୍ବା ମ୍ୟାଚ୍‌ବେଳେ କିପରି ସାମାଜିକ ଦୂରତ୍ବ ଅବଲମ୍ବନ କରିହେବ ତାହା ଉପରେ କୌଣସି ନିୟମାବଳୀ ଜାରି କରାଯାଇନାହିଁ। ତେଣୁ ଏସବୁକୁ ଦୃଷ୍ଟିରେ ରଖିଲେ ଚଳିତ ବର୍ଷ ଫାଓ ଲିଗ୍‌ ଆୟୋଜନ ଆଶା କ୍ଷୀଣ ବୋଲି କୁହାଯାଉଛି। କେବଳ ଏତିକି ନୁହେଁ, ପ୍ରତିଯୋଗିତା ପୂର୍ବରୁ ଖେଳାଳି ପଞ୍ଜୀକରଣ ଓ ଅନ୍ତଃକ୍ଲବ୍‌ ଖେଳାଳି ବଦଳ କରାଯିବାକୁ ସମୟ ଲାଗିବ। ପୂର୍ବରୁ ଏଥିପାଇଁ ଏପ୍ରିଲ ୧ ତାରିଖରୁ ପଞ୍ଜୀକରଣ ଆରମ୍ଭ କରାଯିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଁ ଏସବୁକୁ ମାର୍ଚ୍ଚ ୨୩ ତାରିଖରୁ ବାତିଲ କରିଦିଆଯାଇଛି। ପୁଣି କେବେ ନିୟମାବଳୀ ଆସିବ ଓ ଖେଳାଳି ପଞ୍ଜୀକରଣ କାମ ଶେଷ ହେବ ତାହା ଅନିଶ୍ଚିତତା ଭିତରେ ରହିଯାଇଛି।

Advertisment

ଗତବର୍ଷ ଖେଳାଯାଇଥିବା ଫାଓ ଲିଗ୍‌ ମଧ୍ୟ ଅସମ୍ପୂର୍ଣ୍ଣ ରହିଯାଇଛି। ଯଦିଓ ଲିଗ୍‌ର ଡାଏମଣ୍ତ, ଗୋଲ୍ଡ ଓ ସିଲଭର ଲିଗ୍‌ ଶେଷ ହୋଇଛି, ହେଲେ କୌଣସି ଦଳକୁ ପୁରସ୍କାର ଦିଆଯାଇନାହିଁ। ଏହି ତିନିଟି ଲିଗ୍‌ର ଶ୍ରେଷ୍ଠ ୮ ଦଳକୁ ନେଇ ସୁପର କପ୍‌ ଆୟୋଜନ ହେବାର ଥିଲେ ବି ଏପର୍ଯ୍ୟନ୍ତ ଏହାର ଚିହ୍ନବର୍ଣ୍ଣ ନାହିଁ। ପ୍ରଥମ ଓ ଶେଷଥର ପାଇଁ ୨୦୧୮ରେ ସୁପର କପ୍‌ ଆୟୋଜନ ହୋଇଥିଲା ବେଳେ ଏଥିରେ ସନ୍‌ରାଇଜ ବିଜେତା ହୋଇଥିଲା। ଗତବର୍ଷ ଶେଷ ହୋଇଥିବା ଫାଓ ଲିଗ୍‌ରେ ଡାଏମଣ୍ତ ଲିଗ୍‌ ବିଜେତା କ୍ରୀଡ଼ା ଛାତ୍ରାବାସ ସହ ରାଇଜି˚ ଷ୍ଟଡେଣ୍ଟ୍ସ, ସନ୍‌ରାଇଜ, ଓଡ଼ିଶା ପୁଲିସ୍‌, ଗୋଲ୍ଡ ଲିଗ୍‌ର ବିଜେତା ରୋଭର୍ସ କ୍ଲବ୍‌ ସହ ରାଇଜି˚ ଷ୍ଟାର‌୍‌, ରାଧାଗୋବିନ୍ଦ ଏବ˚ ସିଲଭର ଗ୍ରୁପ୍‌ର ଦୁଇ ଶ୍ରେଷ୍ଠ ଦଳ ସାଇ ଓ କ୍ଲବ୍‌ ଏନ୍‌ କ୍ଲବ୍‌ ସୁପର କପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। କିନ୍ତୁ ସମୟର ତାଳମେଳ ନରହିବା ଓ ଅଧିକା˚ଶ ଓସିଏ ନିର୍ବାଚନରେ ମନ ଦେବାରୁ ସୁପର କପ୍‌ ଆଶା କ୍ଷୀଣ ହୋଇ ଚାଲିଥିଲା। ତଥାପି ଆଶୀର୍ବାଦ ବେହେରା ଫେବ୍ରୁଆରିରେ ଫାଓ ସମ୍ପାଦକ ଦାୟିତ୍ବ ଗ୍ରହଣ କରିବା ପରେ ଯଦିଓ ଆଶା ଉଜ୍ଜୀବିତ ହୋଇଥିଲା, କିନ୍ତୁ କରୋନା ମହାମାରୀ ସବୁକିଛି ବିଗାଡ଼ି ଦେଇଥିଲା। ଏବେ ପୁଣି ଥରେ ପ୍ରତିଯୋଗିତା ବାତିଲ ହେବା ଆଶଙ୍କା ଥିବାରୁ ଗତବର୍ଷର ଫାଓ ଲିଗ୍‌ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର କେବେ ମିଳିବ ତାହା ମଧ୍ୟ ଅନ୍ଧାରରେ ରହିଯାଇଛି।