ଫାଓ ଲିଗ୍‌ ଆରମ୍ଭ: ବିଡାନାସୀ କ୍ଲବ୍‌ ବିଜୟୀ

ଭୁବନେଶ୍ବର: ସମ୍ମାନଜନକ ଫାଓ ଲିଗ୍‌ ଆଜିଠାରୁ ଆରମ୍ଭ ହୋଇଛି। ଏହାର ପ୍ରଥମ ମ୍ୟାଚ୍‌ରେ ବିଡାନାସୀ କ୍ଲବ୍‌ ବିଜୟୀ ହୋଇଛି। ଏହି ଦଳ ୧-୦ ଗୋଲ୍‌ରେ ମଙ୍ଗଳା କ୍ଲବ୍‌କୁ ପରାସ୍ତ କରିଛି। ରାଜେଶ ନାୟକ ବିଜୟୀ ଦଳ ପକ୍ଷରୁ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ଟି ଷଷ୍ଠ ମିନିଟ୍‌ରେ କରିଥିଲେ। ଶିବଶଙ୍କର ପଣ୍ଡା (ରେଫରି), ପ୍ରଦୀପ୍ତ କୁମାର ନାୟକ ଓ ଭିମ କୁମାର ଛେତ୍ରୀ (ସହକାରୀ ରେଫରି), ଜ୍ୟୋତିରଞ୍ଜନ ସ୍ବାଇଁ (ଚତୁର୍ଥ ରେଫରି), ଦୁର୍ଗାମାଧବ ନାଏକ (ମ୍ୟାଚ୍‌ କମିସନର), ସୁଜିତ କୁମାର ପାତ୍ରୋ (ରେଫରି ଆସେସର) ମ୍ୟାଚ୍‌ ଅଫିସିଆଲ ରହିଛନ୍ତି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି, ଫାଓ ସଂପାଦକ ଆଶୀର୍ବାଦ ବେହେରା, କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ଉପସଭାପତି ବିଜୟ ଦାସ, ଦିଲିପ କୁମାର ସାହୁ ଓ ହୃଦୟରଞ୍ଜନ ବେହେରା, ଯୁଗ୍ମସଂପାଦକ ଅଭିଜିତ ପଲ୍‌, ମହମ୍ମଦ ସହିଦ ଜବାର ଏବଂ ବିଶ୍ବରଞ୍ଜନ ଘଡେଇ, ସନ୍‌ରାଇଜର୍ସ କ୍ଲବ୍‌ ସଂପାଦକ ତଡ଼ିତ କୁମାର ରାଉତ, ଜୟଦୁର୍ଗା କ୍ଲବ୍‌ ସଂପାଦକ ଅମିତ ବେହେରା, କି‌ଶୋର କ୍ଲବ୍‌ ସଂପାଦକ ନୃସିଂହଚରଣ ‌ଚୌଧୁରୀ, ବିଡାନାସୀ କ୍ଲବ୍‌ ସଂପାଦକ ବୀ‌ରେନ ବେହେରା ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର