ଫାଓ ଲିଗ୍‌: ଉଭୟ ମ୍ୟାଚ୍‌ ଅମୀମାଂସିତ

କଟକ: ବାରବାଟୀ ଷ୍ଟାଡିୟମରେ ଶନିବାର ଫାଓ ଲିଗ୍‌ରେ ଖେଳାଯାଇଥିବା ଦୁଇଟିଯାକ ମ୍ୟାଚ୍‌ ଅମୀମା˚ସିତ ରହିଥିଲା। କ୍ରୀଡ଼ା ଛାତ୍ରାବାସ ଓ ପୂର୍ବତଟ ରେଳବାଇ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ୧-୧ ଗୋଲରେ ଶେଷ ହୋଇଥିଲା। ଛାତ୍ରାବାସ ପାଇଁ ଫ୍ରାନ୍ସିସ ଲାକ୍ରା ୩୫ ମିନିଟ୍‌ ଓ ରେଳବାଇ ପକ୍ଷରୁ ସ˚ଜୀତ ପାନ୍ନା ୪୨ ମିନିଟ୍‌ରେ ଗୋଲ୍‌ ସ୍କୋର କରିଥିଲେ। ରେଳବାଇର ସରୋଜ ପ୍ରଧାନଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ କରାଯାଇଥିଲା। ଅନ୍ୟପକ୍ଷରେ ସନ୍‌ରାଇଜ କ୍ଲବ୍‌ ଓ ରାଧା ରମଣ କ୍ଲବ୍‌ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ଉନ୍ନତମାନର ପ୍ରଦର୍ଶନ ପାଇଁ ସନ୍‌ରାଇଜର କେ ନିର୍ମଳ କୁମାରଙ୍କୁ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ଏହି ଦୁଇ ମ୍ୟାଚ୍‌କୁ ପ୍ରତୀକ ମଣ୍ତଳ, ସେନ୍ଥିଲ ନାଥମ, ଅରୁଣ ନାୟକ, ଜ୍ୟୋତିର˚ଜନ ସ୍ବାଇଁ, ଦୈତାରୀ କରୁଆ, ସେକ୍‌ ହାୟତ, ସୁଜିତ କୁମାର ପାତ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର