ଫାଓ ଲିଗ୍‌ରେ ସନ୍‌ସାଇନ୍‌ ବିଜୟୀ

କଟକ,: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଫାଓ ଲିଗ୍‌ରେ ସୋମବାର ସନ୍‌ସାଇନ୍‌ କ୍ଲବ୍‌ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ସନ୍‌ସାଇନ୍‌ ୪-୦ ଗୋଲ୍‌ରେ ଆଜାଦ ହିନ୍ଦ୍‌ କ୍ଲବ୍‌କୁ ହରାଇଛି। ବିଜୟୀ ଦଳ ପାଇଁ ଭିକି ସେଠୀ ୪୮ ଓ ୫୦ ମିନିଟ୍‌ ଏବଂ ଅନୀଲ ସାମଲ ୬୫ ମନିଟ୍‌ ଓ ପ୍ରୀତିଶ ପଟ୍ଟନାୟକ ୭୮ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଚାଉଳିଆଗଞ୍ଜ ଓ ସାଇ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଚାଉଳିଆଗଞ୍ଜ ପାଇଁ ମନ କରଞ୍ଜିଆ ୮୨ ମିନିଟ୍‌ ଓ ସାଇ ପାଇଁ ଶିବୁ ସାମଲ ୮୩ ମନିଟ୍‌ରେ ଗୋଲ୍‌ ସ୍କୋର୍‌ କରିଥିଲେ।

ସମ୍ବନ୍ଧିତ ଖବର