କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଫାଓ ଲିଗ୍ରେ ସୋମବାର ୟଙ୍ଗ ଉତ୍କଳ ଓ ଚାନ୍ଦ କ୍ଲବ୍ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚରେ ୟଙ୍ଗ ଉତ୍କଳ ୨-୦ ଗୋଲରେ ରୋଭର୍ସ କ୍ଲବ୍କୁ ହରାଇଥିଲା। ବିଜୟୀ ଦଳ ପାଇଁ ରାକେଶ ସାହୁ ୪୭ ମିନିଟ୍ ଓ ଦିନବନ୍ଧୁ ଦାସ ୭୦ ମିନିଟ୍ରେ ଗୋଲ ଦେଇଥିଲେ। ଦ୍ୱିତୀୟ ମ୍ୟାଚରେ ଚାନ୍ଦ କ୍ଲବ୍ ୨-୧ ଗୋଲରେ ଏସ୍ବିଆଇକୁ ହରାଇଛି। ଏସ୍ବିଆଇର ନାରାୟଣ ମୁର୍ମୁ ୫୦ ମିନିଟ୍ରେ ପ୍ରଥମ ଗୋଲ ଦେଇଥିଲେ। ୬ମିନିଟ୍ ପରେ ଚାନ୍ଦର ସୁନୀଲ ମୁର୍ମୁ ଏହି ଗୋଲ ପରିଶୋଧ କରିଥିଲେ। ଶଶୀକାନ୍ତ ସାଣ୍ଡିଲ୍ ୫୯ ମିନିଟ୍ରେ ଆଉ ଏକ ଗୋଲ ଦେଇ ଚାନ୍ଦ୍କୁ ଅଗ୍ରଣୀ ରଖିଥିଲାବେଳେ ଆଉ ଗୋଲ ହୋଇନଥିଲା। ମଙ୍ଗଳବାର ଓଜିପି ଓ ଚାଉଳିଆଗଞ୍ଜ ଏବଂ ରାଇଜିଂ ଷ୍ଟାର ଓ ମଙ୍ଗଳା କ୍ଲବ୍ ମଧ୍ୟରେ ପରବର୍ତ୍ତୀ ମ୍ୟାଚ ଅନୁଷ୍ଠିତ ହେବ।
ଫାଓ ଲିଗ୍: ୟଙ୍ଗ ଉତ୍କଳ ଓ ଚାନ୍ଦ କ୍ଲବ୍ ବିଜୟୀ
/sambad/media/post_attachments/wp-content/uploads/2018/08/utkal-rising-club.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)