ଫାଓ ଲିଗ୍‌: ଓଜିପି-ଟାଉନ୍‌ କ୍ଲବ୍‌ ପଏଣ୍ଟ୍‌ ବାଣ୍ଟିଲେ

ଭୁବନେଶ୍ୱର: ଫାଓ ଲିଗ୍‌ରେ ମଙ୍ଗଳବାର ଓଜିପି ଏବଂ ଟାଉନ୍‌ କ୍ଲବ୍‌ ମ୍ୟାଚ୍‌ ଗୋଲ୍‌ ଶୂନ୍ୟଭାବେ ଶେଷ ହୋଇଥିଲା। ଫଳରେ ଉଭୟ ଦଳ ପଏଣ୍ଟ୍‌ ବାଣ୍ଟିଥିଲେ। ତେବେ ରାଧାରମଣ କ୍ଲବ୍‌ ଏବଂ ଓଡ଼ିଶା ପୁଲିସ ମଧ୍ୟରେ ଖେଳା ଯାଇଥିବା ଅନ୍ୟ ଏକ ମ୍ୟାଚ୍‌ ବର୍ଷା ଯୋଗୁଁ ଅଧାରୁ (୪୩ ମିନିଟ) ବାତିଲ ହୋଇଛି। ବାତିଲ ବେଳକୁ ଓଡ଼ିଶା ପୁଲିସ ୩-୧ ଗୋଲ୍‌ରେ ଆଗୁଆ ଥିଲା। ଜ୍ୟୋତି ରଂଜନ ସ୍ୱାଇଁ, ସୁଦୀପ ଦାସ, ଅରୁଣ କୁମାର ନାୟକ, ଆଶିଷ ତିଓ୍ଵାରୀ ଏବଂ ସୁଜିତ ପାତ୍ର ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର