କଟକ: ଓଡ଼ିଶା ଫୁଟ୍ବଲ୍ସ˚ଘ ‘ଫାଓ’ ଆନୁକୂଲ୍ୟରେ ଆସନ୍ତା ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରଥମ ଫୁଟସଲ ପ୍ରତିଯୋଗିତା କିଟ୍ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ୫ଏ’ ସାଇଡ୍ର ଏହି ପ୍ରତିଯୋଗିତାରେ ମୋଟ ୧୬ ଦଳ ଅ˚ଶଗ୍ରହଣ କରୁଛନ୍ତି। ବିଭିନ୍ନ ଜିଲ୍ଲାରୁ ୧୨ଟି ଦଳ ଆସୁଥିବା ବେଳେ କଟକ ଓ ଭୁବନେଶ୍ବରରୁ ଦୁଇଟି ଲେଖାଏଁ ଦଳ ଏହି ଫୁଟସଲ ପ୍ରତିଯୋଗିତାରେ ଭାଗ ନେବେ। ଏହି ପ୍ରତିଯୋଗିତାରୁ ଜାତୀୟ ଫୁଟସଲ୍ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରାଯିବ ବୋଲି ‘ଫାଓ’ ସୂତ୍ରରୁ ଜଣାପଡ଼ିଛି। ଏସ˚କ୍ରାନ୍ତରେ ରବିବାର ବାରବାଟୀ ଗେଷ୍ଟ ହାଉସ ପରିସରରେ ଫାଓ ପ୍ରତିଯୋଗିତା ଓ ବୈଷୟିକ ସମିତି ସହିତ ଚୟନ ସମିତି ଓ ସମସ୍ତ କର୍ମକର୍ତ୍ତାମାନଙ୍କୁ ନେଇ ହୋଇଥିବା ବୈଠକରେ ଆଲୋଚନା ହୋଇଛି।
ଫାଓ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କୋଭିଡ୍ ସମୟରେ ଖେଳ ଆୟୋଜନ କରାଯିବା ଉପରେ ନୂଆ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମ ଥର ପାଇଁ କଟକ ଓ ଭୁବନେଶ୍ବରରେ ଅନ୍ତଃଜିଲ୍ଲା କ୍ଲବ୍ ଫୁଟ୍ବଲ୍ପ୍ରତିଯୋଗିତା ଆୟୋଜନ ପାଇଁ ସ୍ଥିର ହୋଇଛି। ଏହି ପ୍ରତିଯୋଗିତା ଅକ୍ଟୋବର ୧ରୁ ୧୦ ତାରିଖ ମଧ୍ୟରେ ଖେଳାଯିବ। ୧୦ ଦିନ ମଧ୍ୟରେ ମୋଟ ୬୭ଟି ମ୍ୟାଚ୍ ଖେଳାଯିବାକୁ ଧାର୍ଯ୍ୟ କରାଯାଇଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ୧୬ଟି ଦଳ ଅ˚ଶଗ୍ରହଣ କରୁଥିଲା ବେଳେ କଟକ ଓ ଭୁବନେଶ୍ବରରୁ ୪ଟି ଲେଖାଏଁ ଦଳ ଭାଗ ନେବେ। ମୋଟ ୨୪ ଦଳକୁ ନେଇ ୪ଟି ଗ୍ରୁପ୍ କରାଯିବ। ପ୍ରତି ଗ୍ରୁପ୍ରେ ୬ଟି ଦଳ ରହିବେ। ପ୍ରତ୍ୟେକ ଗ୍ରୁପ୍ରେ ୧୫ଟି ଲିଗ୍ ମ୍ୟାଚ୍ ଖେଳାଯିବ। ପ୍ରତ୍ୟେକ ଗ୍ରୁପ୍ର ଶ୍ରେଷ୍ଠ ଦୁଇ ଦଳ କ୍ବାର୍ଟର ଫାଇନାଲ୍କୁ ଉନ୍ନୀତ ହେବେ। ପରେ ସେମିଫାଇନାଲ ଓ ଫାଇନାଲ ଖେଳାଯିବ।
ଏହି ପ୍ରତିଯୋଗିତାରୁ ସନ୍ତୋଷ ଟ୍ରଫି ପାଇଁ ଖେଳାଳି ଚୟନ କରାଯିବ। ନଭେମ୍ବର ୧୫ ତାରିଖରୁ ଚୟନ ହୋଇଥିବା ଖେଳାଳିଙ୍କୁ ନେଇ ଅଭ୍ୟାସ ଶିବିର କଟକରେ ଚାଲିବ।
ସନ୍ତୋଷ ଟ୍ରଫି ଭଳି ଅନ୍ତଃକ୍ଲବ୍ ପ୍ରତିଯୋଗିତାରେ ମଧ୍ୟ ବୟସ ଅନୁପାତ ଖେଳାଳି ସ˚ଖ୍ୟା ରଖାଯିବ। ୨୦ ଜଣିଆ ଦଳରେ ମୋଟ ୬ ଜଣ ୨୧ ବର୍ଷରୁ କମ୍ ବୟସର ଖେଳାଳି ରହିବେ। ସେଥିରୁ ଚୂଡ଼ାନ୍ତ ଏକାଦଶରେ ୪ ଜଣ ଓ ଅତିରିକ୍ତ ଖେଳାଳି ଭାବେ ଏହି ବୟସ ବର୍ଗର ୨ ଜଣ ଖେଳାଳି ରହିବେ। ଯେହେତୁ ଦୁଇ ବର୍ଷ ହେଲାଣି କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଅନ୍ତଃଜିଲ୍ଲା ପ୍ରତିଯୋଗିତା କିମ୍ବା ଫାଓ ଲିଗ୍ ଆୟୋଜନ କରିବା ସମ୍ଭବ ହେଉନି, ଏଥିପାଇଁ କ୍ଲବ୍ ସ୍ତରରେ ପ୍ରତିଯୋଗିତା କରିବାକୁ ନିଷ୍ପତ୍ତି ନିଆଯାଇଥିବା ‘ଫାଓ’ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରତ୍ୟେକ ଜିଲ୍ଲା ସେମାନଙ୍କର ଅନ୍ତଃକ୍ଲବ୍ ପ୍ରତିଯୋଗିତାର ଶ୍ରେଷ୍ଠ ଦଳର ନାମ ‘ଫାଓ’କୁ ପଠାଇବାକୁ କୁହାଯାଇଥିଲା। ଯେଉଁମାନେ ଚଳିତ ବର୍ଷ ଅନ୍ତଃଜିଲ୍ଲା ପ୍ରତିଯୋଗିତା କରିନାହାନ୍ତି, ସେମାନେ ଗତବର୍ଷର ଶ୍ରେଷ୍ଠ ଦଳର ନାମ ପଠାଇଛନ୍ତି।
ଏପରିକି ଶେଷ ଥର ପାଇଁ ହୋଇଥିବା ଫାଓ ଲିଗ୍ର ୪ ସେମିଫାଇନାଲ୍ ଦଳ କଟକକୁ ପ୍ରତିନିଧିତ୍ବ କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ମଧ୍ୟ ଏହି ପ୍ରତିଯୋଗିତା ଆୟୋଜନ ତଥା ସନ୍ତୋଷ ଟ୍ରଫି ଶିବିର ପରିଚାଳନା କ୍ଷେତ୍ରରେ ସହାୟତା ଯୋଗାଇଦେବେ ବୋଲି ସୂଚନା ମିଳିଛି। ଓଡ଼ିଶାକୁ ଏ’ ଲାଇସେନ୍ସପ୍ରାପ୍ତ ପ୍ରଶିକ୍ଷକ ଅଣାଯିବା ପରେ ସେମାନଙ୍କ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଜଣାପଡ଼ିଛି। ଏସ˚କ୍ରାନ୍ତରେ ‘ଫାଓ’ ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି ଯେ ପୂର୍ବରୁ ଅନ୍ତଃଜିଲ୍ଲା ପ୍ରତିଯୋଗିତାରେ ଅଧିକ ଖେଳାଳିଙ୍କୁ ସୁଯୋଗ ମିଳିପାରୁନଥିଲା। କିନ୍ତୁ କ୍ଲବ୍ ଭିତ୍ତିରେ ମ୍ୟାଚ୍ ଖେଳାଗଲେ ଅନେକ ପ୍ରତିଭା ସାମ୍ନାକୁ ଆସିବେ। ପ୍ରୋତ୍ସାହନ ପାଇପାରୁନଥିବା ଜିଲ୍ଲାର ପ୍ରତିଭାବାନ ଖେଳାଳିମାନଙ୍କୁ କଟକ, ଭୁବନେଶ୍ବରରେ ରଖି ସେମାନଙ୍କ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦିଆଯିବ। ଚଳିତ ବର୍ଷ ପ୍ରଥମ ଥର କରାଯାଉଥିବାରୁ ଜିଲ୍ଲାମାନଙ୍କୁ ନାମ ମଗାଯାଇଥିଲା। କିନ୍ତୁ ଆସନ୍ତାବର୍ଷରୁ ଜିଲ୍ଲାମାନଙ୍କରେ ‘ଫାଓ’ ପକ୍ଷରୁ ଅନ୍ତଃକ୍ଲବ୍ ପ୍ରତିଯୋଗିତା କରାଯିବ। ଚୟନକର୍ତ୍ତାମାନେ ସବୁସ୍ଥାନରେ ଉପସ୍ଥିତ ରହି ଖେଳାଳି ବାଛିବେ ବୋଲି ସେ ସୂଚନା ଦେଇଛନ୍ତି।