ପୁଣି ଫରାସୀ ବିପ୍ଳବ

ଫୁଟ୍‌ବଲ୍ ବିଶ୍ବକପ୍‌ର ଏକବିଂଶ ସଂସ୍କରଣ ରୁଷିଆ ରାଜଧାନୀ ମସ୍କୋରେ ଆୟୋଜିତ ହୋଇଥିଲା। ୩୧ ଦେଶକୁ ପଛରେ ପକାଇ ଫ୍ରାନ୍ସ ଏଠାରେ ପୁଣି ଥରେ ବିଶ୍ବ ବିଜେତା ହୋଇଥିଲା। ମାତ୍ର ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ କ୍ରୋଏସିଆ ଆର୍ଜେଣ୍ଟିନା‌, ବ୍ରାଜିଲ ଓ ଜର୍ମାନି ଭଳି ବଡ଼ ଏବଂ ଅଭିଜ୍ଞ ଦଳକୁ ପଛରେ ପକାଇ ଫାଇନାଲକୁ ଯିବା ମସ୍କୋ ବିଶ୍ବକପ୍‌ର ରୋମାଞ୍ଚକୁ ଦ୍ବିଗୁଣିତ କରିଥିଲା। ଫାଇନାଲରେ ଆତ୍ମବିଶ୍ବାସ ଭରା କ୍ରୋଏସିଆକୁ ୪-୨ ଗୋଲ୍‌ରେ ହରାଇ ଫ୍ରାନ୍ସ କିନ୍ତୁ ୧୯୯୮ ପରେ ଦ୍ବିତୀୟ ଥର ପାଇଁ ମୁକୁଟ ପିନ୍ଧିଥିଲା। ଏହି ବିଶ୍ବକପ୍‌ରେ ମୋଟ ୬୪ ମ୍ୟାଚ୍‌ରୁ ୧୬୯ ଗୋଲ୍ ଦେଖିବାକୁ ମିଳିଥିଲା। ବେଲଜିୟମ ତୃତୀୟ ଏବଂ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଇଂଲଣ୍ଡର ହ୍ୟାରି କେନ୍ ସର୍ବାଧିକ ୬ ଗୋଲ୍ ଦେଇଥିଲେ। କ୍ରୋଏସିଆର ଲୁକା ମୋଡ୍ରିକ୍ ଶ୍ରେଷ୍ଠ ଖେଳାଳି ଏବଂ ଫ୍ରାନ୍ସର କିଲିଆନ୍ ଏମ୍‌ବାପେ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଥିଲେ। ବେଲଜିୟମର ଥିବାଉତ୍ କୋଟୋଇସ୍ ଶ୍ରେଷ୍ଠ ଗ‌ୋଲ୍ ରକ୍ଷକ ପୁରସ୍କାର ପାଇଥିଲେ। ଏସିଆ ମହାଦେଶର କୌଣସି ଦେଶ ନକଆଉଟ୍ ପର୍ଯ୍ୟାୟକୁ ନଯିବା ଏଠାକାର ଫୁଟବଲ୍ ପ୍ରଶଂସକଙ୍କୁ ନିରାଶ କରିଥିଲା। ୨୦୨୨ ବିଶ୍ବକପ ଏସିଆ (କାତାର, ଦୋହା)କୁ ଆସିବା ଅବଶ୍ୟ ସେମାନଙ୍କ ପାଇଁ ଖୁସି ଖବର ହୋଇଥିଲା।

ସମ୍ବନ୍ଧିତ ଖବର