ଆର୍‌ସିବିରେ ମହିଳା ସହକାରୀ, ଆଇପିଏଲ୍‌ରେ ପ୍ରଥମ

ବେଙ୍ଗାଲୁରୁ: ଆଇପିଏଲ୍‌ରେ ପ୍ରଥମ ଥର ଲାଗି ଏକ ଫ୍ରାଞ୍ଚାଇଜ୍‌ ଜଣେ ମହିଳାଙ୍କୁ ସହକାରୀ ଭାବେ ନିଯୁକ୍ତ କରିଛି। ନବନୀତା ଗୌତମଙ୍କୁ ତା’ର ମାଲିସବାଲା ଭାବେ ନିଯୁକ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏକ୍ଷେତ୍ରରେ ଐତିହାସିକ ଉଦାହରଣ ପାଲଟିଛି। ଆଗାମୀ ଆଇପିଏଲ୍‌ ସଂସ୍କରଣ ପାଇଁ ଆର୍‌ସିବି ପ୍ରମୁ୍ଖ ପଦରେ ନୂଆ ନିଯୁକ୍ତି ଦେଇଛି। ସେମାନଙ୍କ ମଧ୍ୟରୁ ନବନୀତ ଅନ୍ୟତମ। ମାଲିସବାଲା ନବନୀତ ଏବେ ମୁଖ୍ୟ ଫଜିଓଥେରାପିଷ୍ଟ ଇଭାନ୍‌ ସ୍ପିଚ୍‌ଲି ଏବଂ ଷ୍ଟ୍ରେଙ୍ଗ୍‌ଥ ଓ କଣ୍ଡିଂସନିଂ ପ୍ରଶିକ୍ଷକ ଶଙ୍କର ବସୁଙ୍କ ସହ କାର୍ଯ୍ୟ କରିବେ। ଦଳକୁ ସୁହାଇଲା ଭଳି ମାଲିସକୁ ନବନୀତ କାର୍ଯ୍ୟକାରୀ କରିବେ। ଏହାର ଉତ୍ତରଦାୟିତ୍ବ ମଧ୍ୟ ତାଙ୍କ ଉପରେ ରହିବ ବୋଲି ଆର୍‌ସିବି ଅଧ୍ୟକ୍ଷ ସଞ୍ଜୀବ ଚୁରିୱାଲା କହିଛନ୍ତି।

ସମ୍ବନ୍ଧିତ ଖବର