ଆଡିଲେଡ୍: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୭୩ ବର୍ଷର ପୁରୁଣା କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ୭୦୦୦ ଟେଷ୍ଟ୍ ରନ୍ କରିବାରେ ସବୁଠାରୁ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ସ୍ମିଥ୍। ଆଡିଲେଡ୍ରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ବିତୀୟ ଟେଷ୍ଟ୍ ମ୍ୟାଚ୍ରେ ଏହି ମାଇଲଖୁଣ୍ଟ ଛୁଇଁବା ପାଇଁ ସ୍ମିଥଙ୍କୁ ୨୩ ରନ୍ ଦରକାର ଥିଲା। ସ୍ମିଥ୍ ପ୍ରଥମ ପାଳିରେ ୩୬ ରନ୍ କରି ଆଉଟ୍ ହୋଇଥିଲେ। ଏହି କୀର୍ତ୍ତିମାନ ହାସଲ କରିବାରେ ୩୦ ବର୍ଷୀୟ ସ୍ମିଥ୍ ସବୁଠାରୁ ସ୍ବଳ୍ପ ବୟସ୍କ କ୍ରିକେଟର୍ ମଧ୍ୟ ହୋଇଛନ୍ତି। ଏହି କ୍ରମରେ ଅନେକ ମହାନ କ୍ରିକେଟର୍ଙ୍କୁ ପଛରେ ପକାଇଛନ୍ତି ସ୍ମିଥ୍। ୯ ବର୍ଷ ପୂର୍ବେ ସେ ଟେଷ୍ଟ୍ରେ ପଦାର୍ପଣ କରିଥିଲେ। ତେବେ ମାତ୍ର ୭୦ ମ୍ୟାଚ୍ରେ (୧୨୬ ଟି ପାଳି) ୬୩.୭୫ ହାରରେ ସେ ୭୦୦୦ ରନ ପୂରଣ କରିସାରିଛନ୍ତି। ଏଥିରେ ୩ ଦ୍ବିଶତକ, ୨୬ ଶତକ ଓ ୨୭ ଅର୍ଧଶତକ ସାମିଲ ଅଛି। ସ୍ମିଥଙ୍କ ପୂର୍ବରୁ ଏହି କୀର୍ତ୍ତିମାନ ଇଂଲଣ୍ଡର ୱାଲି ହାମଣ୍ଡଙ୍କ ନାଁରେ ଥିଲା। ୧୯୪୬ରେ ସେ ୭୦୦୦ ଟେଷ୍ଟ୍ ରନ୍ ପୂରଣ କରିଥିଲେ। ସେ ଏଥିପାଇଁ ୧୩୧ ପାଳି ନେଇଥିଲେ। ୭୩ ବର୍ଷ ପରେ ତାଙ୍କ ଏହି କୀର୍ତ୍ତିମାନକୁ ଭାଙ୍ଗିଛନ୍ତି ସ୍ମିଥ୍। ଦ୍ରୁତ ୭୦୦୦ ଟେଷ୍ଟ୍ ରନ୍ ହାସଲ କରିବାରେ ଭାରତର ବୀରେନ୍ଦ୍ର ସେହବାଗ (୧୩୪ ପାଳି), ସଚିନ୍ ତେନ୍ଦୁଲକର (୧୩୬ ପାଳି) ଯଥାକ୍ରମେ ତୃତୀୟ, ଚତୁର୍ଥ ସ୍ଥାନରେ ରହିଛନ୍ତି। ବିରାଟ କୋହଲିଙ୍କ ସହିତ ଗ୍ୟାରି ସୋବର୍ସ, କୁମାର ସାଙ୍ଗାକାରା (ପ୍ରତ୍ୟେକ ୧୩୮ ପାଳି) ମିଳିତ ଭାବେ ପଞ୍ଚମ ସ୍ଥାନରେ ଅଛନ୍ତି। ୭୦୦୦ ଟେଷ୍ଟ୍ ରନ୍ ପୂରଣ କରିବାରେ ସ୍ମିଥ୍ ଅଷ୍ଟ୍ରେଲିଆର ଏକାଦଶ ଖେଳାଳି ହୋଇଛନ୍ତି।
ଦ୍ରୁତତମ ୭୦୦୦ ଟେଷ୍ଟ୍ ରନ୍, ୭୩ ବର୍ଷ ପୁରୁଣା କୀର୍ତ୍ତିମାନ ଭାଙ୍ଗିଲେ ସ୍ମିଥ୍
୭୩ ବର୍ଷ ପୁରୁଣା କୀର୍ତ୍ତିମାନ ଭାଙ୍ଗିଲେ ସ୍ମିଥ୍
/sambad/media/post_attachments/wp-content/uploads/2019/09/steven-smith-329747-rJF4g3Ta-347x195.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)