ଆଇପିଏଲ-୨୦୨୧ର ଦ୍ରୁତତମ ବୋଲର କିଏ ?

ଦୁବାଇ : ବିଶ୍ବର ଲୋକପ୍ରିୟ ଟି-୨୦ ଲିଗ୍ ଆଇପିଏଲ ରବିବାର ଦିନ ସମାପ୍ତ ହୋଇଛି । ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପରକିଙ୍ଗସ ୪ର୍ଥ ଥର ପାଇଁ ଟ୍ରଫି ହାତେଇବାକୁ ସଫଳ ହୋଇଛି । ଅନ୍ୟପକ୍ଷରେ ଚେନ୍ନାଇଠାରୁ ହାରି କୋଲକାତା ନିରାଶ ହୋଇଛି । ମାତ୍ର କୋଲକାତାର ବୋଲର ଲକି ଫର୍ଗୁସନ ଏକ ବିରଳ ସଫଳତା ହାସଲ କରିଛନ୍ତି । ସେ ଏଥରର ଆଇପିଏଲରେ ଦ୍ରୁତତମ ବୋଲରର ମାନ୍ୟତା ପାଇଛନ୍ତି । ସେ ଏହି ଆଇପିଏଲର ସବୁଠାରୁ ଦ୍ରୁତ ବଲ ଘଣ୍ଟା ପ୍ରତି ୧୫୩.୬୩ କିଲୋମିଟର ବେଗରେ ବୋଲିଂ କରିଥିଲେ ।

କେବଳ ଏତିକି ନୁହେଁ, ଆଇପିଏଲର ଦ୍ରୁତତମ ୧୦ଟି ବଲ ମଧ୍ୟରୁ ଫର୍ଗୁସନଙ୍କ ନାମରେ ୬ଟି ବଲ ରହିଛି । କିନ୍ତୁ ଆଇପିଏଲ-୨୦୨୧ର ୨ୟ ଦ୍ରୁତତମ ବଲଟି ସନରାଇଜର୍ସ ହାଇଦ୍ରାବାଦର ବୋଲର ଉମରାନ ମଲ୍ଲିକ ବୋଲିଂ କରିଛନ୍ତି ।  ଜମ୍ମୁ ଓ କଶ୍ମୀରରୁ ଆସୁଥିବା ଏହି ବୋଲର ଆଇପିଏଲର ୨ୟ ଦ୍ରୁତତମ ବଲ ଘଣ୍ଟା ପ୍ରତି ୧୫୨.୯୫ କିଲୋମିଟର ବେଗରେ ବୋଲିଂ କରିଥିଲେ । ଆଇପିଏଲର ୧୦ଟି ଦ୍ରୁତ ବଲ ମଧ୍ୟରୁ ୪ଟି ତାଙ୍କ ନାଁରେ ରହିଛି ।

ଭାରତୀୟ କ୍ରିକେଟରୁ ବାହାରି ଥିବା ଦ୍ରୁତ ବୋଲରଙ୍କ ସଂଖ୍ୟା ନଗଣ୍ୟ ହୋଇଥିବାବେଳେ ମଲ୍ଲିକଙ୍କ ଆଗମନ ଭାରତୀୟ କ୍ରିକେଟ ପାଇଁ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର