ବିବାହ ପୂର୍ବରୁ ବାପା: ୫ ଲୋକପ୍ରିୟ କ୍ରିକେଟର୍‌

ହାର୍ଦିକ ପାଣ୍ଡ୍ୟା, ଡେଭିଡ୍‌ ୱାର୍ନର

ନୂଆଦିଲ୍ଲୀ: କ୍ରିକେଟର୍‌ମାନେ ସେଲିବ୍ରିଟି ହୋଇଥିବାରୁ ଏଭଳି ଅନେକ ଉଦାହରଣ ରହିଛି ଯେଉଁମାନେ ବିବାହର ପୂର୍ବରୁ ମଧ୍ୟ ପିତୃତ୍ବର ସ୍ପର୍ଶ ପାଇଛନ୍ତି। ଏହି ତାଲିକାରେ ଭାରତୀୟ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ସାମିଲ ହେବାକୁ ଯାଉଛନ୍ତି। ଆସନ୍ତୁ ଏହି ଅବସରରେ ବିଶ୍ବର ୫ ଲୋକପ୍ରିୟ କ୍ରିକେଟର୍‌ଙ୍କ ଉପରେ ନଜର ପକାଇବା ଯେଉଁମାନେ ବିବାହ ପୂର୍ବରୁ ପିତା ହୋଇ ଚର୍ଚାରେ ରହିଥିଲେ।

୨୦୨୦ ନୂଆ ବର୍ଷକୁ ସ୍ବାଗତ କରିବାର ଅବ୍ୟବହିତ ପୂର୍ବରୁ ହାର୍ଦିକ ପାଣ୍ଡ୍ୟା ନିଜ ପ୍ରେମୀ ନତାଶା ଷ୍ଟାଙ୍କୋଭିକ୍‌ଙ୍କ ସହ ନିର୍ବନ୍ଧ କରି ନେଇଥିଲେ। ଗତ ସପ୍ତାହରେ ହାର୍ଦିକ କିନ୍ତୁ ପିତା ହେବାକୁ ଯାଉଥିବା ଖବର ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିବା ମାତ୍ରେ ତାଙ୍କ ପ୍ରଶଂସକମାନେ ଖୁସି ହୋଇଯାଇଛନ୍ତି। ମୁମ୍ବାଇରେ ରହୁଥିବା ସର୍ବିୟା ଅଭିନେତ୍ରୀ ନତାଶାଙ୍କୁ ଗତ କିଛି ବର୍ଷ ହେବ ହାର୍ଦିକ‌ ପ୍ରେମ କରୁଥିଲେ। ଉଭୟଙ୍କ ବହୁ ଅନ୍ତରଙ୍ଗ ମୁହୂର୍ତର ଫଟୋ ବି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ତେବେ ଉଭୟ ବିବାହ କରିନାହାନ୍ତି। ‘ଆମ ଜୀବନ ଯାତ୍ରା ଭଲ ଚାଲିଛି ଏବଂ ଖୁବ୍ ଶୀଘ୍ର ନୂଆ ଅତିଥିଙ୍କୁ ସ୍ବାଗତ କରିବାକୁ ଯାଉଥିବାରୁ ନତାଶା ଓ ମୁଁ ଆପଣମାନଙ୍କ ଆଶୀର୍ବାଦ ଆଶା ରଖିଛୁ’‌ ବୋଲି ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ହାର୍ଦିକ ଅନୁରୋଧ କରିଛନ୍ତି।

ଡେଭିଡ୍‌ ୱାର୍ନର ଏଭଳି ଜଣେ ‘ପ୍ରଥମ’ ଖେଳାଳି ଯିଏ ଅଷ୍ଟ୍ରେଲିଆର ୧୩୨ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ନ‌ ଖେଳି ଯେକୌଣସି ଫର୍ମାଟ ପାଇଁ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୩୩ ବର୍ଷୀୟ ୱାର୍ନର ପିତା ହେବା ବେଳକୁ ବିବାହ କରିନଥିଲେ। ୨୦୧୪ ସେପ୍ଟେମ୍ବର ୧୧ ତାରିଖରେ କନ୍ୟା ସନ୍ତାନ ଏଭିଙ୍କୁ ଜନ୍ମ ଦେଇଥିଲେ ତାଙ୍କ ପ୍ରେମୀ କ୍ୟାଣ୍ଡିସ୍‌ ଫଲଜନ୍‌। ୨୦୧୫ ବିଶ୍ବକପ୍‌ ପରେ ପରେ ଏପ୍ରିଲ୍‌ ୪ ତାରିଖରେ ବିବାହ କରିଥିଲେ ୱାର୍ନର। ଉଭୟଙ୍କ ଔରସରୁ ୩ କନ୍ୟା ସନ୍ତାନ ମିଳିସାରିଛନ୍ତି।

ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ସଚିନ ତେନ୍ଦୁଲକରଙ୍କ ଭଲ ବଂଧୁ ଭାବେ ପରିଚିତ ବ‌ିନୋଦ କାମ୍ବଲୀ ସବୁବେଳେ ବିବାଦର ସୂତ୍ରଧର ଥାଆନ୍ତି। ତାଙ୍କ ପ୍ରେମ କାହାଣୀ ବି ନାଟକୀୟ ରହିଥିଲା। ଜଣେ ଅଭ୍ୟର୍ଥନା ରିସେପ୍ସନିଷ୍ଟ୍ ଭାବେ କାର୍ଯ୍ୟ କରୁଥିବା ବାଂଧବୀ ନୋଏଲା ଲୁଇସଙ୍କୁ ସେ ପ୍ରଥମେ ବିବାହ କରିଥିଲେ। ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ନଥିଲା। ଏହା ପରେ ସେ ଫ୍ୟାସନ୍ ମଡେଲ୍ ଆଣ୍ଡ୍ରିଆ ହେୱିଟଙ୍କୁ ବିବାହ କରିଥିଲେ। ୨୦୧୪ ମସିହାରେ ବିବାହ ହୋଇଥିଲେ ମଧ୍ୟ ୨୦୧୦ ମସିହାରୁ ସେମାନଙ୍କୁ ପ୍ରଥମ ସନ୍ତାନ ମିଳିସାରିଥିଲା।

କ୍ରିକେଟ୍ ଜଗତରେ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ ଭାବେ ପରିଚିତ ସାର୍‌ ଆଇଜାକ୍‌ ଭିଭିଆନ୍ ଆଲେକଜାଣ୍ଡର୍ସ ରିଚାର୍ଡସ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୱେଷ୍ଟଇଣ୍ଡିଜ୍ ପାଇଁ ବହୁ ସୁନାମ ଆଣିଥିବା ରିଚାର୍ଡସ ସାମୟିକ ଭାବେ ଭାଷ୍ୟକାର ଏବଂ ମାର୍ଗଦର୍ଶକ କାମ କରୁଛନ୍ତି। ଆଶି ଦଶକରେ ଖ୍ୟାତନାମା ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ। ଉଭୟଙ୍କ ମଧ୍ୟରେ ଆନୁଷ୍ଠାନିକ ବିବାହ ହୋଇନଥିଲା। ସେମାନଙ୍କ ଔରସରୁ ଜନ୍ମିତ କନ୍ୟା ସନ୍ତାନ ମସାବା ଏବେ ଭାରତରେ ଜଣେ ଫ୍ୟାସନ୍ ଡିଜାଇନର୍ ଭାବେ ନାମ କମାଇଛନ୍ତି। ରିଚାର୍ଡସ-ନୀନାଙ୍କ ସମ୍ପର୍କ କିନ୍ତୁ ଅଧିକ ଦିନ ରହିନଥିଲା। ୬୮ ବର୍ଷୀୟ ରିଚାର୍ଡସ ଏବେ ମିରିଆମଙ୍କୁ ବିବାହ କରିଛନ୍ତି। ନୀନା ମଧ୍ୟ ୨୦୦୮ରେ ଚାର୍ଟାଡ ଆକାଉଣ୍ଟାଣ୍ଟ୍‌ ବିବେକ ମେହେରାଙ୍କୁ ବିବାହ କରିଛନ୍ତି।

ଡେଭିଡ୍‌ ୱାର୍ନର ଏଭଳି ଜଣେ ‘ପ୍ରଥମ’ ଖେଳାଳି ଯିଏ ଅଷ୍ଟ୍ରେଲିଆର ୧୩୨ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ନ‌ ଖେଳି ଯେକୌଣସି ଫର୍ମାଟ ପାଇଁ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୩୩ ବର୍ଷୀୟ ୱାର୍ନର ପିତା ହେବା ବେଳକୁ ବିବାହ କରିନଥିଲେ। ୨୦୧୪ ସେପ୍ଟେମ୍ବର ୧୧ ତାରିଖରେ କନ୍ୟା ସନ୍ତାନ ଏଭିଙ୍କୁ ଜନ୍ମ ଦେଇଥିଲେ ତାଙ୍କ ପ୍ରେମୀ କ୍ୟାଣ୍ଡିସ୍‌ ଫଲଜନ୍‌। ୨୦୧୫ ବିଶ୍ବକପ୍‌ ପରେ ପରେ ଏପ୍ରିଲ୍‌ ୪ ତାରିଖରେ ବିବାହ କରିଥିଲେ ୱାର୍ନର। ଉଭୟଙ୍କ ଔରସରୁ ୩ କନ୍ୟା ସନ୍ତାନ ମିଳିସାରିଛନ୍ତି।

ସମ୍ବନ୍ଧିତ ଖବର