ଫାଜା ଦୁବାଇ ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ୍‌, ବିଜୟରୁ ପ୍ରମୋଦଙ୍କ ଅଭିଯାନ

ଭୁବନେଶ୍ବର: ଦୁବାଇରେ ଚାଲିଥିବା ତୃତୀୟ ଫାଜା ଦୁବାଇ ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ‌ଏସ୍‌ଏଲ୍‌-୩ରେ ଭାଗ ନେଇଥିବା ପ୍ରମୋଦ ଏକକ, ପୁରୁଷ ଯୁଗଳ ଓ ମିଶ୍ରିତ ଯୁଗଳରେ ବିଜୟ ପାଇଛନ୍ତି। ପୁରୁଷ ଏକକରେ ସେ ୨୧-୧୧, ୨୧-୧୨ରେ ଫ୍ରାନ୍ସର ମାଥ୍ୟୁ ଥୋମାସଙ୍କୁ ପରାସ୍ତ କରିଥିଲେ।

ଯୁଗଳରେ ମ‌ନୋଜ ସରକାରଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ୧୮-୨୧, ୨୧-୧୧, ୨୧-୧୭ରେ ମାଲେସିଆର ମହମ୍ମଦ ହୁଜୈରି ଅବଦୁଲ ମଲିକ ଓ ମହମ୍ମଦ ଜଲ‌ଫୈତି ଜାଫରଙ୍କୁ ମାତ୍‌ ଦେଇଥିଲେ। ମିଶ୍ରିତ ଯୁଗଳରେ ଭାରତୀୟ ଯୋଡ଼ି ପ୍ରମୋଦ ଓ ପଲକ କୋହଲି ୨୧-୧୭, ୨୧-୧୪ରେ ରୁଷିଆ-ଫ୍ରାନ୍ସ ଯୋଡ଼ି ପାଭେଲ କୁଲିକୋଭ ଓ ଲେନାଗ ମୋରିନଙ୍କୁ ହରାଇଥି‌ଲେ। ତେବେ ଅନ୍ୟ ଦୁଇ ଓଡ଼ିଆ ଦୀପ ରଞ୍ଜନ (ଏସ୍‌ଏଲ୍‌-୪) ଓ ଜି ଦିଲେଶ୍ବର ରାଓ (ଏସ୍‌ଏଲ୍‌-୩) ଏକକ ଓ ଯୁଗଳରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ।

ସମ୍ବନ୍ଧିତ ଖବର