ଫାଜା ଦୁବାଇ ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ୍‌ ସେମିରେ ପ୍ରମୋଦ

ଭୁବନେଶ୍ବର: ଓଡ଼ିଆ ପୁଅ ପ୍ରମୋଦ ଭଗତ ଦୁବାଇରେ ଚାଲିଥିବା ତୃତୀୟ ଫାଜା ଦୁବାଇ ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ପୁରୁଷ ଏକକ ଓ ମିଶ୍ରିତ ଯୁଗଳ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ପ୍ରମୋଦ ଇଣ୍ଡୋନେସିଆର ଉକୁନ ରୁକାଏଣ୍ଡିଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍‌ରେ ସେ ମାଲେସିଆର ମହମ୍ମଦ ମାଲେକ ହୁଜୈରିଙ୍କୁ ଭେଟିବେ। ଏହି ବର୍ଗରେ ଦୀପ ରଞ୍ଜନ ବିଷୋଇ ୪-୨୧, ୩-୨୧ରେ ଫ୍ରାନ୍ସର ଲୁକାସ ମଜୁରଙ୍କଠୁ ହାରି କ୍ବାର୍ଟର ଫାଇନାଲ୍‌ରୁ ବିଦାୟ ନେଇଛନ୍ତି। ମିଶ୍ରିତ ଯୁଗଳ କ୍ବାର୍ଟର୍‌ ଫାଇନାଲ୍‌ରେ ‌ପଲକ କୋହଲିଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ୨୧-୧୦, ୨୧-୧୭ରେ ଅନ୍ୟ ଏକ ଭାରତୀୟ ଯୋଡ଼ି ଚିରାଗ ବାରିତା ଓ ମନଦୀପ କୌରଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ଫ୍ରାନ୍ସର ଲୁକାସ ମଜୁର ଓ ନୋଏଲ ଫୌଷ୍ଟିନଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର