ଫାଜା ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ପ୍ରମୋଦ

ଭୁବନେଶ୍ବର: ଦୁବାଇରେ ଚାଲିଥିବା ଫାଜା ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ଏସ୍‌ଏଲ୍‌-୩ କ୍ବାର୍ଟର ଫାଇନାଲ୍‌ରେ ଓଡ଼ିଆ ତାରକା ପ୍ରମୋଦ ଭଗତ ପହଞ୍ଚି ଯାଇଛନ୍ତି। ପ୍ରଥମ ମ୍ୟାଚ୍‌ରେ କାମେରୁନ୍‌ର ଇଶିଦୋରେ କାମଗୁଇଙ୍କୁ ହରାଇ ଥିବା ପ୍ରମୋଦ ଗୁରୁବାର ଦ୍ବିତୀୟ ଗ୍ରୁପ୍‌ ମ୍ୟାଚ୍‌ରେ ପେରୁର ଅଲ୍‌ବର୍ଟ ମାନୁଏଲ ପୁଏଣ୍ଟପେରେଜଙ୍କୁ ୨୧-୧୯, ୨୧-୧୨ରେ ମାତ୍‌ ଦେଇଥିଲେ। ଲଗାତାର ୨ ବିଜୟ ପାଇ ସେ ସିଧାସଳଖ କ୍ବାର୍ଟର ଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଥିଲେ। ସେହିଭଳି ଏସ୍‌ଏଲ୍‌-୪ ପୁରୁଷ ଏକକରେ ଦୀପରଂଜନ ଗୁରୁବାର ଦ୍ବିତୀୟ ମ୍ୟାଚ୍‌ରେ ଇରାକର ଅଲ୍ଲୀ ଅଲାସାଦିଙ୍କୁ ୨୧-୩, ୨୧-୯ରେ ହରାଇ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର