ଫେଡ୍‌ କପ୍‌ ଟେନିସ୍‌: କୋରିଆଠୁ ହାରି ଭାରତ ଚତୁର୍ଥ

ଆସ୍ତ‌ାନା (କାଜାକସ୍ତାନ): ଫେଡ୍‌ କପ୍‌ ଟେନିସ୍‌ ପ୍ରତିଯୋଗିତାରେ ଭାରତ ନିରାଶ ହୋଇଛି। ଏପରିକି ଗ୍ରୁପ୍‌-ଏରେ ସାମିଲ ଥିବା ଭାରତ ୩ ମ୍ୟାଚ୍‌ରୁ ୨ ପରାଜୟ ସହ ବିଶ୍ବ ଗ୍ରୁପ୍‌କୁ ଯୋଗ୍ୟତା ହାସଲ କରିବାରୁ ବଞ୍ଚିତ ହୋଇଛି। ଗୁରୁବାର ଥାଇଲାଣ୍ଡ୍‌କୁ ୨-୧ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ଶୁକ୍ରବାର ଦ୍ବିତୀୟ ମୁକାବିଲାରେ ଆୟୋଜକ କାଜାକସ୍ତାନ ନିକଟରୁ ୦-୩ରେ ହାରିଯାଇଥିଲା। ଶେଷରେ ଶନିବାର ତୃତୀୟ ସ୍ଥାନ ପାଇଁ ମୁକାବିଲାରେ କୋରିଆ ନିକଟରୁ ୧-୨ରେ ହାରିଗଲା। ଆଉ ଏହି ପରାଜୟ ଯୋଗୁଁ ଭାରତ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଲା। ଏକାକି ଅଙ୍କିତା ରାଇନା ସଫଳ ହୋଇଥିଲେ ମଧ୍ୟ ଭାରତକୁ ବିଶ୍ବଗ୍ରୁପ୍‌ ଯୋଗ୍ୟତା ପାଇଁ ତାହା ଯଥେଷ୍ଟ ହୋଇନଥିଲା। ଫଳରେ ଭାରତ ଏବେ ଏସିଆ-ଓସେନିଆ ଗ୍ରୁପ୍‌-୧ରେ ରହିବାକୁ ବାଧ୍ୟ ହୋଇଛି।

ସମ୍ବନ୍ଧିତ ଖବର