ଫେଡେରେସନ୍‌ କପ୍‌: ୨୦୦ ମିଟର ଫାଇନାଲ୍‌ରେ ଜଉନା

କଟକ: ପାତିଆଲାରେ ଚାଲିଥିବା ଫେଡେରେସନ୍‌ କପ୍‌ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ୨୦୦ ମିଟର ଫାଇନାଲ୍‌ରେ ଓଡ଼ିଆ ଝିଅ ଜଉନା ମୁର୍ମୁ ପହଞ୍ଚି ଯାଇଛନ୍ତି। ମହିଳା ୪୦୦ ମିଟରରେ ମଙ୍ଗଳବାର (୫୩.୬୬ ସେକେଣ୍ଡ) ନୈରାଶ୍ୟଜନକ ପ୍ରଦର୍ଶନ କରି ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ରହିଥିବା ଜଉନା ବୁଧବାର ୨୦୦ ମିଟର ହିଟ୍ସରେ ୨୪.୭୫ ସେକେଣ୍ଡ ସହ ଫାଇନାଲ୍‌ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥି ସହିତ ଓଡ଼ିଶା ପାଇଁ ଆଉ ଏକ ପଦକ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି। ଗୁରୁବାର ଫାଇନାଲ୍‌ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ମଙ୍ଗଳବାର ପୁରୁଷ ୧୦୦ ମିଟରରେ (୧୦.୭୦ ସେକେଣ୍ଡ୍‌ ସମୟ) ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ରହିଥିବା ଦେଶର ଦ୍ରୁତତମ ଧାବକ ତଥା ଓଡ଼ିଆ ତାରକା ଅମୀୟ ମଲ୍ଲିକ ଏବଂ ମହିଳା ୧୦୦ ମିଟରରେ ରାଜ୍ୟ ପାଇଁ ପ୍ରଥମ ପଦକ ଜିତିଥିବା ଦୂତି ଚାନ୍ଦ ବୁଧବାର ୨୦୦ ମିଟର ଦୌଡ଼ରୁ ଓହରି ଯାଇଛନ୍ତି। ପ୍ରତିଯୋଗିତାରୁ ଓହରିବା କାରଣ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର