ଫେଡେରେସନ୍‌ କପ୍‌ କରାଟେ ଆରମ୍ଭ

ଭୁବନେଶ୍ୱର: ମଞ୍ଚେଶ୍ୱରସ୍ଥିତ ରେଳବାଇ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଶନିବାର ୧୬ତମ ସର୍ବଭାରତୀୟ ଫେଡେରେସନ୍‌ କପ୍‌ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି। ବିଜେଡ଼ି ନେତା ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ଆୟୋଜକ ସଂସ୍ଥା ସେଇସିନ୍‌କା କରାଟେ ଷ୍ଟାଇଲ୍‌ର ଭାରତ ମୁଖ୍ୟ ସିହାନ୍‌ ପ୍ରେମଜିତ୍‌ ସେନ୍‌, ପଶ୍ଚିମବଙ୍ଗ କରାଟେ ସଂଘର ସମ୍ପାଦକ ସେନ୍‌ସେଇ ଜୟଦେବ ମଣ୍ଡଳ, ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ତଥା ଭାରତୀୟ କରାଟେ ସଂଘ ଉପ ସଭାପତି ଡକ୍ଟର ହରି ପ୍ରସାଦ ପଟ୍ଟନାୟକ ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ବୋଧନ ଦେଇଥିଲେ। ୨ ଦିନିଆ ଏହି ପ୍ରତିଯୋଗିତାରେ ୧୨ ରାଜ୍ୟରୁ ୬୫୦ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ସର୍ବଭାରତୀୟ ଫେଡେରେସନ୍‌ କପ୍‌ କରାଟେ ଆୟୋଜିତ ହୋଇଛି।

ସମ୍ବନ୍ଧିତ ଖବର