ଫେଡେରରଙ୍କୁ ଲୌରିଅସ୍‌ ଯୁଗଳ

ପ୍ୟାରିସ୍‌: ସମ୍ମାନଜନକ ଲୌରିଅସ୍‌ ବାର୍ଷିକ କ୍ରୀଡ଼ା ପୁରସ୍କାରରେ ଏକାଥରକେ ଦୁଇଟି ଟ୍ରଫି ଜିତିବାରେ ସ୍ୱିଜରଲାଣ୍ଡର ମହାନ ଟେନିସ୍‌ ତାରକା ରୋଜର ଫେଡେରର ପ୍ରଥମ ଖେଳାଳି ହୋଇଛନ୍ତି। ମଙ୍ଗଳବାର ମୋନାକୋରେ ଅନୁଷ୍ଠିତ ଏହି କ୍ରୀଡ଼ା ପୁରସ୍କାର ଉତ୍ସବର ଅଷ୍ଟାଦଶ ସଂସ୍କରଣରେ ଫେଡେରର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ସହ ଶ୍ରେଷ୍ଠ ପ୍ରତ୍ୟାବର୍ତନ ଖେଳାଳି ଟ୍ରଫି ମଧ୍ୟ ହାସଲ କରି ନେଇଥିଲେ। ବର୍ଷର ଶ୍ରେଷ୍ଠ ଖେଳାଳି ଟ୍ରଫି ଲାଗି ତାଙ୍କୁ  ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ରାଫେଲ ନାଦାଲ ଏବଂ ପର୍ତୁଗାଲର ଫୁଟ୍‌ବଲ୍‌ ତାରକା କ୍ରିଷ୍ଟିଆନୋ ରୋନାଲଡୋଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥିଲା।  ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ଦୀର୍ଘ ଦିନ ଟେନିସରୁ ଦୂରେଇ ରହିବା ପରେ ଚଳିତ ବର୍ଷ ଅଷ୍ଟ୍ରେଲିଆନ୍‌ ଏବଂ  ଓ୍ଵିମ୍ବଲଡନ୍‌ ଓପନ୍‌ ଜିତିଥିବା ଫେଡେରର ଶ୍ରେଷ୍ଠ ପ୍ରତ୍ୟାବର୍ତନ ଟ୍ରଫି ହାସଲ କରିବା ସହ ନିଜର ଷଷ୍ଠ ଲୌରିଅସ୍‌ ପୁରସ୍କାର ଜିତି ନେଇଥିଲେ।  ମହିଳା ବର୍ଗରେ ଆମେରିକୀୟ ଟେନିସ୍‌ ତାରକା ସେରେନା ଓ୍ଵିଲିୟମ୍ସ ବର୍ଷର ଶ୍ରେଷ୍ଠ ଖେଳାଳି ମୁକୁଟ ଜିତି ନେଇଥିଲେ। ଏହା ତାଙ୍କର ପଞ୍ଚମ ଲୌରିଅସ୍‌ ପୁରସ୍କାର ଥିଲା।  ସ୍ପେନୀୟ ଗଲ୍ଫ ତାରକା ସର୍ଗିଓ ଗର୍ସିଆ ଶ୍ରେଷ୍ଠ ନବାଗତ ଖେଳାଳି, ଫ୍ରାନ୍ସ ନୌଚାଳକ ଭେନ୍ଦି ଗ୍ଲୋବ୍‌ ଆକ୍ସନ କ୍ରୀଡ଼ାର ଶ୍ରେଷ୍ଠ ତାରକା ପୁରସ୍କାର ଜିତିଥିଲେ।

ସମ୍ବନ୍ଧିତ ଖବର