ଭୁବନେଶ୍ବର: ଉତ୍ତରପ୍ରଦେଶର ଲକ୍ଷ୍ନୌର ଇନ୍ଦିରାଗାନ୍ଧୀ ପ୍ରତିଷ୍ଠାନରେ ଗତ ଶନିବାର ଓ ରବିବାର ଅନୁଷ୍ଠିତ ଫେଡେରେସନ୍ କପ୍ ଜାତୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶାର ରଶ୍ମିରଂଜନ ସାହୁ ୮୦ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି। ଗତ ମାସରେ ‘ମିଷ୍ଟର୍ ଓଡ଼ିଶା’ ମୁକୁଟ ଜିତି ଫେଡେରେସନ୍ କପ୍ ଯାଇଥିବା ରଶ୍ମି ନିଜ ଖ୍ୟାତି ମୁତାବକ ପ୍ରଦର୍ଶନ କରି ଜାତୀୟ ସ୍ବର୍ଣ୍ଣ ଜିତିଛନ୍ତି। ରଶ୍ମି ତୃତୀୟ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ପୂର୍ବରୁ ପ୍ରଧାନ୍ୟ ବିସ୍ତାର କରି ଆସୁଥିବା ସତ୍ୟଜିତ ପ୍ରତିହାରୀଙ୍କୁ ଏଥର ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଓଡ଼ିଶା ଦଳ ଏଥର ଲଲାଟେନ୍ଦୁ ପାତ୍ର ଏବଂ କାଳି କିଙ୍କର ପଟ୍ଟନାୟକ ଯଥାକ୍ରମେ ପ୍ରବଂଧକ ଓ ପ୍ରଶିକ୍ଷକ ଭାବେ ଗସ୍ତ କରିଥିଲେ। ରଶ୍ମି ଏବେ ଝାରସୁଗୁଡ଼ା ପୋଷ୍ଟାଲ୍ ଡିଭିଜନରେ କାର୍ଯ୍ୟରତ ଥିବାରୁ ଓଡ଼ିଶା ଡାକ ସର୍କଲ ମଧ୍ୟ ଗୌରବାନ୍ବିତ ହୋଇଛି। ରଶ୍ମିଙ୍କ ଓଡ଼ିଶା ପ୍ରତ୍ୟାବର୍ତନ ପରେ ସୋମବାର ରାତିରେ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଓଡ଼ିଶା ବଡିବିଲ୍ଡିଂ ସଂଘ (ଓବିବିଏ) ପକ୍ଷରୁ ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ ଏବଂ ସମ୍ପାଦକ ପ୍ରସନ୍ନ ମହାସୁଆରଙ୍କ ସହ ଅନ୍ୟ ବହୁ କର୍ମକର୍ତା ଭବ୍ୟ ସ୍ବାଗତ ସମ୍ବର୍ଧନା ଜଣାଇଛନ୍ତି।
ଫେଡେରେସନ୍ କପ୍ ସୁନ୍ଦରସ୍ବାସ୍ଥ୍ୟ ରଶ୍ମିଙ୍କୁ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2021/04/49898h7987h9f4h56f4h65f4h56fs456h4fs56hfsfhsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)