ଭୁବନେଶ୍ବର, ୧୪/୪ (ଇମିସ): ଉତ୍ତରାଖଣ୍ଡରେ ଅନୁଷ୍ଠିତ ଦ୍ବାଦଶ ଜାତୀୟ ଫେଡେରେସନ୍ କପ୍ ପୁରୁଷ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ଚମତ୍କାର ପ୍ରଦର୍ଶନ କରି ଗୋଟିଏ ସ୍ବର୍ଣ୍ଣ ସହ ମୋଟ ୫ ପଦକ ଜିତିଛନ୍ତି। ୭୦ କିଲୋଗ୍ରାମ ଓଜନ୍ ବର୍ଗରେ ଭୁବନେଶ୍ବରର ଅମିତ କୁମାର ଭୂୟାଁ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ୫୫ କିଲୋଗ୍ରାମ ବର୍ଗରେ ସମ୍ବଲପୁରର ରାକେଶ କୁମାର ବାଗ ଏବଂ ୭୫ କିଲୋଗ୍ରାମରେ ଭୁବନେଶ୍ବରର ସୁପ୍ରଭାତ ପଣ୍ଡା ରୌପ୍ୟ ପଦକ ଜିତିଛନ୍ତି। ୬୫ କିଲୋଗ୍ରାମ ବର୍ଗରେ ପୁରୀର ଦେବକାନ୍ତ ସାହୁ ଏବଂ ୧୦୦ କିଲୋଗ୍ରାମରେ ଭୁବନେଶ୍ବରର ଛୁଟ୍କୁ ଦତ୍ତ କାଂସ୍ୟ ପଦକ ଜିତିଛନ୍ତି। ଦଳର ପ୍ରବଂଧକ ତଥା ପ୍ରଶିକ୍ଷକ ସୌମ୍ୟକାନ୍ତ ଥମ୍ବଙ୍କ ପାଇଁ ଏତେ ପଦକ ମିଳିପାରିଛି। ସଫଳ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘ ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, ଉପଦେଷ୍ଠା ମାନସ ରଂଜନ ମହାପାତ୍ର ପ୍ରମୁଖ ଆଗାମୀ ଏସୀୟ ଏବଂ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ପାଇଁ ସେମାନଙ୍କୁ ଶୁଭକାମନା ଜଣାଇଛନ୍ତି।
ଫେଡେରେସନ୍ କପ୍ ସୁନ୍ଦରସ୍ବାସ୍ଥ୍ୟ: ଓଡ଼ିଶାକୁ ସ୍ବର୍ଣ୍ଣ ସହ ୫ ପଦକ
/sambad/media/post_attachments/wp-content/uploads/2023/04/65d4654da65gddg.jpg)