ଭୁବନେଶ୍ବର: ନୂଆଦିଲ୍ଲୀସ୍ଥିତ ତଲକଟୋରା ଇନ୍ଡୋର୍ ଷ୍ଟାଡିୟମ୍ରେ ଚାଲିଥିବା ଫେଡେରେସନ୍ କପ୍ କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୪ କାଂସ୍ୟ ସହ ୯ ପଦକ ମିଳିଛି। ପୁରୁଷ ୫୫ କେଜିରୁ କମ୍ ଫାଇଟିଂରେ ରିତେଶ ମହାନ୍ତି, ମହିଳା ୬୮ କେଜି କମ୍ ଫାଇଟିଂରେ ମୋନାଲି ସାହୁ ଏବଂ କ୍ୟାଡେଟ୍ ମହିଳା ବ୍ୟକ୍ତିଗତ କାଟାରେ ଆଜ୍ୟା ବଂଶୀକା ସ୍ବର୍ଣ୍ଣ ପଦକ ଜିତିଥିଲେ। ଫାଇଟିଂ ମହିଳା ୫୦ କେଜିରୁ କମ୍ରେ ବ୍ରତତି ବିଶ୍ବପ୍ରଭା ପତି ଓ ପୁରୁଷ ୭୫ କେଜିରୁ କମ୍ରେ ରାଜେଶ ମହାପାତ୍ର ରୌପ୍ୟ ପାଇଥିଲେ। ମହିଳା ୪୫ କେଜିରୁ କମ୍ ଫାଇଟିଂରେ ସିନ୍ଧୁ ତନୟା ଖୁଣ୍ଟିଆ, ୬୧ କେଜିରୁ କମ୍ରେ ଆଜ୍ୟା ବଂଶୀକା ଏବଂ କ୍ୟାଡେଟ୍ ପୁରୁଷ ୪୫ କେଜିରୁ କମ୍ ଫାଇଟିଂରେ ଓମ୍ ସତ୍ୟମ ମହାନ୍ତି ଓ ପୁରୁଷ ୬୭ କେଜିରୁ କମ୍ ଫାଇଟିଂରେ ତ୍ରିନାଥ ରଣା କାଂସ୍ୟ ପଦକ କରାୟତ୍ତ କରିଥିଲେ। ପଦକ ବିଜେତାମାନଙ୍କୁ ଓଡ଼ିଶା ରାଜ୍ୟ କରାଟେ ସଂଘ ଅଭିନନ୍ଦନ ଜଣାଇଛି।
ଫେଡେରେସନ୍ କପ୍ କରାଟେ: ଓଡ଼ିଶାକୁ ୯ ପଦକ
ନୂଆଦିଲ୍ଲୀସ୍ଥିତ ତଲକଟୋରା ଇନ୍ଡୋର୍ ଷ୍ଟାଡିୟମ୍ରେ ଚାଲିଥିବା ଫେଡେରେସନ୍ କପ୍ କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୪ କାଂସ୍ୟ ସହ ୯ ପଦକ ମିଳିଛି। ପୁରୁଷ ୫୫ କେଜିରୁ କମ୍ ଫାଇଟିଂରେ ରିତେଶ ମହାନ୍ତି...
/sambad/media/media_files/2024/11/22/LJv5iWF3I3j4BY9zyBNY.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)