ଫେଡେରେସନ୍‌ କପ୍‌ ଜାତୀୟ ଉପକନିଷ୍ଠ ଦୌଡ଼କୁଦ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର: ଆସନ୍ତା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର କୋଏମ୍ବାଟୋରଠାରେ ଆୟୋଜିତ ହେବ ଷୋଡ଼ଶ ଫେଡେରେସନ୍‌ କପ୍‌ ଜାତୀୟ ଉପକନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଏଥିରେ ଭାଗ ନେବା ପାଇଁ ଏକ ୧୦ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ଆସନ୍ତାକାଲି ଦଳ କଟକରୁ କୋଏମ୍ବାଟୋର ଯାତ୍ରା କରିବ ବୋଲି ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ କୁହାଯାଇଛି। ପୁଙ୍ଗା ସୋରେନ୍‌, ପ୍ରସନ୍ନଜିତ୍‌ କୁଜୁର (ଉଭୟେ କଟକ), କୃଷ୍ଣ ମୁଣ୍ଡା, ରାଇବାରୀ ତିରିଆ (ଉଭୟେ ଭୁବନେଶ୍ୱର), ଫୁଲମଣୀ କାର୍ଜୀ, ମନୀଷା ମେରେଲ (ଉଭୟ ସୁନ୍ଦରଗଡ଼), ସ୍ୱାଧୀନ କୁମାର ମାଝୀ (ଅନଗୁଳ), ଜୟନ୍ତୀ ବେହେରା (ପୁରୀ), ପ୍ରଜ୍ଞାନ ପ୍ରଶାନ୍ତି ସାହୁ (ବାଲେଶ୍ୱର) ଏବଂ ପ୍ରଭାତୀ ମାଝୀ (କିଟ୍‌) ଓଡ଼ିଶା ଦଳରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର