ଭୁବନେଶ୍ବର: ରାଞ୍ଚିଠାରେ ଚାଲିଥିବା ଫେଡେରେସନ୍ କପ୍ ଦୌଡ଼କୁଦର ତୃତୀୟ ଦିନରେ ଓଡ଼ିଶାକୁ ଗୋଟିଏ କାଂସ୍ୟ ପଦକ ମିଳିଛି। ଏହାଫଳରେ ଓଡ଼ିଶାର ପଦକ ସଂଖ୍ୟା ୫ରେ ପହଞ୍ଚିଛି। ବୁଧବାର ମହିଳା ଡିସ୍କସ୍ ଥ୍ରୋ’ରେ ସାଲ୍ମି କିସ୍ପୋଟା ୪୬.୩୧ ମିଟର ସହ ତୃତୀୟ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ ମଧ୍ୟପ୍ରଦେଶର ଶାଳିନି ଚୌଧୁରୀ (୪୯.୩୫ ମିଟର) ସ୍ବର୍ଣ୍ଣ ଓ ପଞ୍ଜାବର ପରମଜ୍ୟୋତ କୌର (୪୮.୭୬ ମିଟର) ରୌପ୍ୟ ପଦକ ପାଇଥିଲେ। ମହିଳା ୧୦୦ ମିଟର ବାଧାଦୌଡ଼ରେ ଏସୀୟ ଯୋଗ୍ୟତା ପାଇସାରିଥିବା ଜ୍ୟୋତି ୟାରାଜି ପ୍ରଥମ ସ୍ଥାନରେ ରହିଥିଲା ବେଳେ ଓଡ଼ିଆ ଝିଅ ପ୍ରଜ୍ଞା ପ୍ରଶାନ୍ତ ସାହୁ ମାତ୍ର ୦.୦୨ ସେକେଣ୍ଡ ପାଇଁ କାଂସ୍ୟ ପଦକରୁ ବଞ୍ଚିତ ହୋଇଥିଲେ। ହେପ୍ଟାଥଲନ୍ର ୧୦୦ ମିଟର ଦୌଡ଼ରେ ପୂର୍ଣ୍ଣିମା ହେମ୍ବ୍ରମ ପ୍ରଥମ ସ୍ଥାନରେ ରହି ୯୩୧ ପଏଣ୍ଟ ହାସଲ କରିଛନ୍ତି।
ଫେଡେରେସନ୍ କପ୍ ଦୌଡ଼କୁଦ: ଡିସ୍କସ୍ରେ ସାଲ୍ମିଙ୍କୁ କାଂସ୍ୟ
/sambad/media/post_attachments/wp-content/uploads/2023/05/465gd4gjdgjdgjd.jpg)