ଭୁବନେଶ୍ବର: ଗ୍ୟାଙ୍ଗଟକ୍ଠାରେ ଅନୁଷ୍ଠିତ ୧୧ତମ ଫେଡେରେସନ୍ କପ୍ ସର୍ବଭାରତୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶା ଦଳଗତ ଭାବେ ଉପବିଜେତା ହୋଇଛି। ୫୫ କିଲୋରେ ନିତେଶ କୁମାର ବାରିକ, ୭୫ କିଲୋରେ ଜଗନ୍ନାଥ ଖୁଣ୍ଟିଆ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ୬୫ କିଲୋରେ ଶଶାଙ୍କ ଶେଖର ସାହୁ ରୌପ୍ୟ, ଅମିତ କୁମାର ଭୂୟାଁ କାଂସ୍ୟ ପଦକ ଜିତିଥିଲେ। ମେନ୍ସ ଫିଜିକ୍ ସ୍ପୋର୍ଟରେ ପୁପୁନ ସ୍ବାଇଁ ରୌପ୍ୟ ପଦକ ପାଇଥିଲେ। ସାତ୍ତ୍ବିକ ପଟ୍ଟନାୟକ ଏବଂ ଶିବାନୀ ଦାଶ ଚତୁର୍ଥରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଉପବିଜେତା ଦଳର ସଦସ୍ୟମାନଙ୍କୁ ଓଡ଼ିଶା ସୁନ୍ଦରସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର ଅଭିନନ୍ଦନ ଜଣାଇଛନ୍ତି। ସୁମିତ୍ରାଙ୍କ ନେତୃତ୍ବରେ ଗସ୍ତ କରିଥିବା ୧୮ ଜଣିଆ ଓଡ଼ିଶା ଦଳ ସହ ବିଚାରକ ତରୁଣ କୁମାର ଚାଟାର୍ଜୀ ଓ ପ୍ରଶିକ୍ଷକ ପଙ୍କଜ ଲୋଚନ ପ୍ରତିହାରୀ ମଧ୍ୟ ଗ୍ୟାଙ୍ଗଟକ୍ ଗସ୍ତ କରିଥିଲେ।
ଫେଡେରେସନ୍ କପ୍ ସୁନ୍ଦରସ୍ବାସ୍ଥ୍ୟ: ଓଡ଼ିଶା ଉପବିଜେତା
/sambad/media/post_attachments/wp-content/uploads/2022/03/54fs65h132sf132fhfshsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)