ଗୋଟିଏ ମଞ୍ଚରେ ଫେଡେରର୍‌, ‌ନାଦାଲ, ମରେ, ଜୋକୋଭିକ

ଲଣ୍ଡନ : ଲାଭର କପ୍‌ ଟେନିସ ପ୍ରତିଯୋଗିତା ଶୁକ୍ରବାରଠୁ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ପୂର୍ବ ସଂଧ୍ୟାରେ ଆୟୋଜିତ ରାତ୍ରିଭୋଜନରେ ୪ ଟେନିସ ମହାନ ରୋଜର ଫେଡେରର୍‌, ‌ରାଫେଲ ନାଦାଲ, ନୋଭାକ ଜୋକୋଭିକ ଓ ଆଣ୍ଡି ମରେଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ‌ଏହି ପ୍ରତିଯୋଗିତା ପରେ ପେସାଗତ ଟେନିସରୁ ଅବସର ନେବାକୁ ଯାଉଥିବା ଫେଡେରର୍‌ ଏସବୁ ମୁହୂର୍ତ୍ତକୁ ହାତଛଡ଼ା କରିନଥିଲେ। ଫେଡେରର୍ ଅନ୍ୟ ୩ ମହାନ୍‌ ତରାକା ନାଦାଲ, ଜୋକୋଭିକ ଓ ମରେଙ୍କ ସହ ଲଣ୍ଡନ ସେଲ୍‌ଫି ନେଇଥିବା ଏକ ‌ଫଟୋକୁ ନିଜ ଫେସ୍‌ବୁକ୍‌ ପୃଷ୍ଠାରେ ପୋଷ୍ଟ କରିଛନ୍ତି। ‘‘ରାତ୍ରିଭୋଜନ ବେଳେ କିଛି ସାଥୀଙ୍କ ସହ’’ ବୋଲି ଏହାର ଶି‌ରୋନାମାରେ ଲେଖିଛନ୍ତି। ସୂଚନାଯୋଗ୍ୟ ଯେ ଫେଡେରର୍‌ ଏହି ପ୍ରତିଯୋଗିତାରେ ନାଦାଲଙ୍କୁ ସାଥୀ କରି ଯୁଗଳ ମ୍ୟାଚ୍‌ ଖେଳିବେ।

ସମ୍ବନ୍ଧିତ ଖବର