ବାସେଲ୍ (ସ୍ବିଜରଲାଣ୍ଡ୍) : ଟେନିସ୍ କିଂବଦନ୍ତି ରୋଜର ଫେଡେରରଙ୍କ କୋଟି କୋଟି ପ୍ରଶଂସକଙ୍କ ପାଇଁ ଖୁସି ଖବର। ଚଳିତ ଗ୍ରୀଷ୍ଣ ଋତୁରେ ଏହି ସ୍ବିଜରଲାଣ୍ଡ୍ ତାରକା ନିଜ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ସ୍ମାରକୀ ଗୁଡିକର ନିଲାମ କରିବେ। ମୋଟ ୨୦ ଗ୍ରାଣ୍ଡ୍ ସ୍ଲାମ ଟ୍ରଫି ଜିତିଥିବା ଫେଡେରର୍ଙ୍କୁ ମହାନ ଖେଳାଳିର ମାନ୍ୟତା ମିଳୁଥିବା ବେଳେ ତାଙ୍କ ଟେନିସ୍ ରାକେଟ୍, ଟ୍ରଫି ଏବଂ ଅନ୍ୟାନ୍ୟ ସରଞ୍ଜାମ ଓ ପୋଷାକର ନିଲାମ କରିବେ। ନିଜ ଦ୍ବାରା ପ୍ରତିଷ୍ଠିତ ଏକ ଫାଉଣ୍ଡେସନ୍ ଲାଗି ଅର୍ଥ ଯୋଗାଡ଼ ଲକ୍ଷ୍ୟରେ ସେ ଆସନ୍ତା ଜୁନ୍ ଓ ଜୁଲାଇରେ ଦୁଇଟି ନିଲାମ କରିବେ ବୋଲି ଗୁରୁବାର ଘୋଷଣା କରିଛନ୍ତି। ଜୁନ୍ ୨୩ ତାରିଖ ଲାଗି ଧାର୍ଯ୍ୟ ନିଲାମରେ ଗୋଟିଏ ଗ୍ରାଣ୍ଡ୍ ସ୍ଲାମ ଟ୍ରଫି ସହିତ ମୋଟ ୨୩ଟି ସାମଗ୍ରୀ ରହିବ। ଏସବୁର ମୂଲ୍ୟ ୩,୦୦୦ ପାଉଣ୍ଡରୁ ୭୦,୦୦୦ ପାଉଣ୍ଡ୍ ମଧ୍ୟରେ ରହିଛି। ୨୦୦୯ ଫ୍ରେଞ୍ଚ୍ ଓପନ୍ ଫାଇନାଲରେ ରବିନ୍ ସୋଦରଲିଙ୍ଗଙ୍କୁ ହରାଇ କ୍ୟାରିୟର୍ ଗ୍ରାଣ୍ଡ ସ୍ଲାମ୍ ପୂର୍ଣ୍ଣ କରିବା ବେଳର ରାକେଟ୍ ମଧ୍ୟ ସ୍ଥାନ ପାଇଛି। ଏପରିକି ରୋଲାସ୍ର ଲାଲ ମାଟିରେ ଆଛାଦିତ ତାଙ୍କ ଜୋତା ନିଲାମରେ ସାମିଲ ରହିଛି। ଜୁଲାଇରେ ହେବାକୁ ଥିବା ଦ୍ବିତୀୟ ଅନ୍ଲାଇନ୍ ନିଲାମରେ ପ୍ରାୟ ୩୦୦ ସ୍ବଳ୍ପ ମୂଳ ମୂଲ୍ୟର ସାମ୍ରଗୀ ଉପଲବ୍ଧ ହେବ।
ଗ୍ରାଣ୍ଡ ସ୍ଲାମ ସ୍ମାରକୀ ନିଲାମ କରିବେ ଫେଡେରର୍
/sambad/media/post_attachments/wp-content/uploads/2021/05/federal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)