ବାସିଲ: ସ୍ବିଜରଲାଣ୍ଡ ଟେନିସ୍ ତାରକା ରୋଜର ଫେଡେରର୍ ସୋମବାର ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ସୋମବାର ବାସିଲ ଓପନ୍ର ପ୍ରଥମ ରାଉଣ୍ଡ ଖେଳି ଜୀବନର ୧୫୦୦ତମ ମ୍ୟାଚ୍ ଖେଳିବା ସହ ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ୩୮ ବର୍ଷୀୟ ଫେଡେରର୍ ଏହି ୧୫୦୦ତମ ମ୍ୟାଚ୍ ଖେଳିଥିଲେ ଜର୍ମାନିର ପିଟର ଗୋଜୋୱଜ୍କିଙ୍କ ସହ। ଏହି ମ୍ୟାଚ୍କୁ ସେ ୬-୨, ୬-୧ ସେଟ୍ରେ ଜିତିଥିଲେ।
ଫେଡେରର୍ଙ୍କ ମାଇଲଖୁଣ୍ଟ ‘୧୫୦୦ ମ୍ୟାଚ୍’
/sambad/media/post_attachments/wp-content/uploads/2018/01/federer-basel-2017-sunday-holder.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)