ରୋଟର୍ଡାମ୍: ପେସାଦାର ଟେନିସ୍ ଇତିହାସରେ ୩୬ ବର୍ଷୀୟ ରୋଜର ଫେଡେରର୍ ଆଉ ଏକ କୀର୍ତିମାନକୁ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ସବୁଠାରୁ ବୟୋଜ୍ୟେଷ୍ଠ ଖେଳାଳି ଭାବେ ବିଶ୍ୱ ମାନ୍ୟତା (ଏଟିପି)ର ଏକ ନମ୍ବର ସ୍ଥାନ ଅଳଙ୍କୃତ କରିଛନ୍ତି। ବିଗତ ୧୩ ମାସ ମଧ୍ୟରେ ୩ଟି ପ୍ରମୁଖ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତିବା ପରେ ଏହି ସ୍ୱିଜରଲାଣ୍ଡ୍ କ୍ରୀଡ଼ା କିମ୍ବଦନ୍ତୀ ଶୀର୍ଷ ମାନ୍ୟତାକୁ ଫେରିବା ନିଶ୍ଚିତ ହୋଇଥିଲା। ଶନିବାର କିନ୍ତୁ ଏହି ୨୦ ଥର ଗ୍ରାଣ୍ଡ ସ୍ଲାମ୍ ବିଜେତା ରୋଟର୍ଡାମ୍ ଓପନ୍ର ସେମିଫାଇନାଲ ପହଞ୍ଚିବା ପରେ ସ୍ପଷ୍ଟ ହୋଇଛି। ଫେଡେରର୍ ୩୬ ବର୍ଷରେ ଏକ ନମ୍ବର ହୋଇଥିବାବେଳେ ଶେଷ ଥର ପାଇଁ ୨୦୦୩ ମସିହାରେ ଆନ୍ଦ୍ରେ ଆଗାସୀଙ୍କ କୀର୍ତିମାନ (୩୩ ବର୍ଷ ୧୩୧ ଦିନ)କୁ ପଛରେ ପକାଇଥିଲେ। ‘ଏହା ଏକ ଚମତ୍କାର ଯାତ୍ରା, ଏକ ନମ୍ବର ସ୍ଥାନ ପାଇବା ମୋ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ’ ବୋଲି ଫେଡେରର୍ କହିଛନ୍ତି। ଏହା ବାସ୍ତବରେ ମୋ ପାଇଁ ସ୍ୱତନ୍ତ୍ର, ମୁଁ ବହୁତ ଖୁସୀ। ମୁଁ ଆଉ ଏକ ନମ୍ବର ସ୍ଥାନକୁ ଫେରିପାରିିବି ବୋଲି ଭାବି ପାରିନଥିଲି। ଏହା ମୋ ଖେଳ ଜୀବନର ମହତ୍ୱପୂର୍ଣ୍ଣ ମୁହୂର୍ତ’ ବୋଲି ଫେଡେରର୍ ପ୍ରକାଶ କରିଛନ୍ତି। ୨୦୦୪ରେ ପ୍ରଥମ ଥର ଏକ ନମ୍ବର ହୋଇଥିବା ଫେଡେରର୍ ୨୦୧୨ ଅକ୍ଟୋବର ପରଠାରୁ ପଛରେ ପଡ଼ିଯାଇଥିଲେ। ଟେନିସ୍ରେ ଏକ ନମ୍ବର ସ୍ଥାନ ଦଖଲ କରିବା ସବୁଠୁ ଶେଷ ବିକଳ୍ପ କୃତିତ୍ୱ। ଆପଣ ବୟସ୍କ ହୋଇଗଲେ ପରିଶ୍ରମକୁ ଦୁଇଗୁଣା କରିବାକୁ ପଡ଼େ। ଅନ୍ୟ କେହି ସେଠାରେ ପହଞ୍ଚିବାକୁ ଚାହୁଁଥିଲେ ତାକୁ ଅତିକ୍ରମ କରିବାକୁ ମଧ୍ୟ ପଡିଥାଏ। ଏହା ବାସ୍ତବ ରୂପ ନେଇଥିବା ଏକ ସ୍ୱପ୍ନ। ୧୯୯୮ରେ ପ୍ରଥମ ଓ୍ଵାଇଲ୍କାର୍ଡ ପାଇଥିବା ଫେଡେରର୍ ୨୦ ବର୍ଷ ପରେ ଏବେ ଏକ ନମ୍ବର ଅଛନ୍ତି। ପୂର୍ବତନ ବେୟୋଜ୍ୟେଷ୍ଠ ଏକ ନମ୍ବର ଆନ୍ଦ୍ରେ ଆଗାମୀ ମଧ୍ୟ ପ୍ରଥମ ଖେଳାଳି ଭାବେ ଫେଡେରର୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ଅଷ୍ଟ୍ରଲିଆନ୍ ଓପନ୍ ଟ୍ରଫି ସହିତ ଫେଡେରର୍ ନିଜର ୨୦ତମ ଏକକ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି ଜିତି କୀର୍ତିମାନକୁ ଆଗକୁ ବଢ଼ାଇଥିଲେ।
ଫେଡେରର୍ ବୟୋଜ୍ୟେଷ୍ଠ ଏକ ନମ୍ବର @୩୬
/sambad/media/post_attachments/wp-content/uploads/2018/02/3-Roger-Federer-added-yet-another.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)