କଟକ: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଥିବା ହକି ବିଶ୍ବକପ୍ ପାଇଁ କଟକ ଷ୍ଟୋନି ରୋଡ୍ଠାରେ ଟ୍ରଫି ନିର୍ମାଣ ଚାଲିଛି। ସମ୍ପୂର୍ଣ୍ଣ ତାରକସୀ କାମରେ ତିଆରି ହେଉଥିବା ଟ୍ରଫିଗୁଡ଼ିକ ଦେଖିବାକୁ ମଧ୍ୟ ଖୁବ୍ ଆକର୍ଷଣୀୟ ହୋଇଛି। ୪ ଇଞ୍ଚ, ୬ ଇଞ୍ଚ, ୮ ଇଞ୍ଚ ମାପର ପ୍ରାୟ ୨୭୫ଟି ଚାନ୍ଦି ଟ୍ରଫି ତିଆରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କାରିଗର ପଙ୍କଜ କୁମାର ସାହୁ ଓ ତାଙ୍କ ସହ ପ୍ରାୟ ୧୫ ଜଣ କାରିଗର ଏସବୁ ଟ୍ରଫି ତିଆରି କରିବାରେ ଲାଗିପଡ଼ିଛନ୍ତି। ଏତେଗୁଡ଼ିଏ ଟ୍ରଫି ନିର୍ମାଣ କରିବା ପାଇଁ ୨୦ କିଲୋରୁ ଅଧିକ ଚାନ୍ଦି ଲାଗୁଥିବା ସେ କହିଛନ୍ତି। ସୁକ୍ଷ୍ମ ତାରକସୀ କାମ ପାଇଁ ସେ ୧୯୯୪ ମସିହାରେ ରାଷ୍ଟ୍ରପତିଙ୍କଠୁ ପୁରସ୍କାର ଏବ˚ ନିକଟରେ ଭାରତୀୟ ଜେମ୍ସ ଓ ଜୁଏଲାରି ପରିଷଦ ଦ୍ବାରା ମଧ୍ୟ ପୁରସ୍କୃତ ହୋଇଛନ୍ତି। ଏହାବ୍ୟତୀତ ସେ ଅନେକ ପୁରସ୍କାର ଓ ସମ୍ମାନ ଅର୍ଜନ କରିଛନ୍ତି। ବାପା ଶ୍ୟାମସୁନ୍ଦର ସାହୁଙ୍କଠୁ ଏହି କଳା ଶିଖିଥିଲା ବେଳେ ପାରିବାରିକ ବ୍ୟବସାୟ ହୋଇଥିବାରୁ ତାରକସୀ କାମ କରିବାର ଉତ୍ସାହ ତାଙ୍କୁ ସବୁବେଳେ ମିଳିଆସିଥିବା ପଙ୍କଜ କହିଛନ୍ତି।
କଟକରେ ନିର୍ମାଣ ଚାଲିଛି:ତାରକସୀ ବିଶ୍ବକପ୍ ଟ୍ରଫି
/sambad/media/post_attachments/wp-content/uploads/2018/11/world-cup.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)