‌ଫେଲିକ୍ସଙ୍କୁ ବିଦା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କନିଷ୍ଠ ଦଳର ପ୍ରଶିକ୍ଷକ ଜୁଡ୍‌ ଫେଲିକ୍ସଙ୍କୁ ବୁଧବାର ହକି ଇଣ୍ଡିଆ ବହିଷ୍କାର କରିଛି। ମାଦ୍ରିଦ୍‌ରେ ଆୟୋଜିତ ଅଷ୍ଟଦେଶୀୟ ପ୍ରତିଯୋଗିତାରେ ଭାରତୀୟ କନିଷ୍ଠ ଦଳ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ଦଳର ଏଭଳି ଖରାପ ପ୍ରଦର୍ଶନ ଗ୍ରହଣୀୟ ନୁହେଁ ବୋଲି କହିବା ସହିତ ହକି ଇଣ୍ଡିଆ ଫେଲିକ୍ସଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲା। ତାଙ୍କୁ ବିଦା କରିବା ପରେ ହକି ଇଣ୍ଡିଆ କନିଷ୍ଠ ଦଳର ନୂଆ ପ୍ରଶିକ୍ଷକ ନିଯୁକ୍ତି ଲାଗି ବିଜ୍ଞାପନ ପ୍ରକାଶ କରିଛି। ନୂଆ ପ୍ରଶିକ୍ଷକଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ ତା‌ରିଖ ପର୍ଯ୍ୟନ୍ତ ରହିଥିଲା ବେଳେ ଆବେଦନର ଶେଷ ତାରିଖ ଜୁଲାଇ ୫ ତାରିଖ ରଖାଯାଇଛି।

ସମ୍ବନ୍ଧିତ ଖବର