କୋଲ୍କାତା : ଆଗାମୀ ଆଇପିଏଲ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଲୋକି ଫର୍ଗୁସନ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍)କୁ ଫେରିଛନ୍ତି। ଆଇପିଏଲ୍ ୨୦୨୨ ବିଜେତା ଗୁଜରାଟ ଟାଇଟାନ୍ସ ଫର୍ଗୁସନଙ୍କ ସହ ଆଫ୍ଗାନିସ୍ତାନ ୱିକେଟ୍ରକ୍ଷକ ବ୍ୟାଟର୍ ରହମନୁଲ୍ଲା ଗୁର୍ବାଜଙ୍କୁ ମଧ୍ୟ ଛାଡ଼ିଦେଇଛି। ଉଭୟଙ୍କୁ କେକେଆର୍ ନିଜ ଦଳରେ ସାମିଲ କରିଛି।
ଗତ ଆଇପିଏଲ୍ ମେଗା ନିଲାମରେ ଟାଇଟନ୍ସ ଫର୍ଗୁସନଙ୍କୁ ୧୦ କୋଟିରେ କିଣିଥିଲା। ଏହି କିୱି ଖେଳାଳି ଦଳ ପାଇଁ ୧୩ ମ୍ୟାଚ୍ ଖେଳି ଗୋଟିଏ ୪ ୱିକେଟ୍ ସଫଳତା ସହ ମୋଟ ୧୩ ୱିକେଟ୍ ଦଖଲ କରିଥିଲେ। ଏହି ଦ୍ରୁତ ବୋଲର ଏହା ପୂର୍ବରୁ କେକେଆର୍ରୁ ଖେଳିଥିଲେ। ସେ ଦୁଇ ଥର ୨୦୧୭ (ମୁମ୍ବାଇ ଇଣ୍ଡିଆନ୍ସ) ଏବଂ ୨୦୨୧ (କେକେଆର୍) ବିଜେତା ଦଳର ସଦସ୍ୟ ରହିଥିଲେ। ଅନ୍ୟପକ୍ଷରେ ଗୁର୍ବାଜ ଗତଥର ଇଂଲଣ୍ଡ ବ୍ୟାଟର୍ ଜାସନ ରୟଙ୍କ ସ୍ଥାନରେ ଗୁଜରାଟ ଟାଇଟାନ୍ସରେ ସାମିଲ ହୋଇଥିଲେ। ହେଲେ ଏହି ୨୦ ବର୍ଷୀୟ ବ୍ୟାଟର୍ଙ୍କୁ ଗୋଟିଏ ହେଲେ ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Ferguson.jpg)