ଲଣ୍ଡନ୍: ରିଅଲ୍ ମାଦ୍ରିଦ୍ର ପର୍ତୁଗାଲ ଷ୍ଟ୍ରାଇକର କ୍ରିଷ୍ଟିଆନ୍ ରୋନାଲ୍ଡୋ ଚଳିତ ବର୍ଷର ଫିଫା ପକ୍ଷରୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଲଣ୍ଡନ୍ରେ ସୋମବାର ଆୟୋଜିତ ରଙ୍ଗାରଙ୍ଗ ଉତ୍ସବରେ ସେ ଲଗାତାର ଦ୍ୱିତୀୟଥର ଏହି ଟ୍ରଫି ଗ୍ରହଣ କରିଥିଲେ। ଏହି ଦୌଡ଼ରେ ରୋନାଲ୍ଡୋ ଆର୍ଜେଣ୍ଟିନା ତାରକା ଲିଓନେଲ୍ ମେସି ଏବଂ ବ୍ରାଜିଲ ତାରକା ନେମାରଙ୍କୁ ପଛରେ ପକାଇ ଦେଇଥିଲେ। ମେସି ଦ୍ୱିତୀୟ ଏବଂ ନେମାର ତୃତୀୟ ସ୍ଥାନରେ ରହିଥିଲେ। ପୂର୍ବରୁ ୪ ଥର ଫିଫାର ସର୍ବଶ୍ରେଷ୍ଠ ପୁରସ୍କାର ଜିତିଥିବା ରୋନାଲ୍ଡୋ ୨୦୧୭ ଟ୍ରଫି ନିଜ ନାମରେ କରିବା ପରେ ମେସି (୫)ଙ୍କ ସମକକ୍ଷ ହୋଇଛନ୍ତି। ସେହିପରି ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ନେଦରଲାଣ୍ଡର ଲିକ୍ ମର୍ଟେନ୍ସଙ୍କୁ, ଶ୍ରେଷ୍ଠ ପୁରୁଷ ପ୍ରଶିକ୍ଷକ ପୁରସ୍କାର ଫ୍ରାନ୍ସର ଜିନେଦିନ୍ ଜିଡାନ୍ଙ୍କୁ ଏବଂ ଶ୍ରେଷ୍ଠ ମହିଳା ପ୍ରଶିକ୍ଷିକା ପୁରସ୍କାର ନେଦରଲାଣ୍ଡର ସାରିନା ଓ୍ଵିମାନ୍ଙ୍କୁ ମିଳିଥିଲା।
ରୋନାଲ୍ଡୋଙ୍କୁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର
/sambad/media/post_attachments/wp-content/uploads/2017/10/4-ronaldo1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)