ଫିଫା ବିଶ୍ୱକପ୍‌: ଶେଷ ମୁହୂର୍ତ୍ତରେ କୋଷ୍ଟାରିକା ବିପକ୍ଷରେ ବ୍ରାଜିଲର ବିଜୟ

ସେଣ୍ଟ ପିଟରର୍ସବର୍ଗ: ଫିଲିଟ କୋଟିହ୍ନା(୯୧ ମିନିଟ) ଓ ଷ୍ଟାର ଖେଳାଳି ନେମାରଙ୍କ ପକ୍ଷରୁ ଇଞ୍ଜୁରି ସମୟରେ ଦିଆଯାଇଥିବା ଗୋଲ ମାଧ୍ୟମରେ ବ୍ରାଜିଲ ସେଣ୍ଟ ପିଟର୍ସବର୍ଗ ଷ୍ଟାଡିୟମରେ କୋଷ୍ଟାରିକାକୁ ୨-୦ ଗୋଲରେ ପରାସ୍ତ କରିଛି। ଏହି ମ୍ୟାଚରେ ବିଜୟ ମିଳିବା ପରେ ବ୍ରାଜିଲ ଅନ୍ତିମ ୧୬ ଟିମ୍‌ରେ ନିଜର ସ୍ଥାନ ସୁରକ୍ଷିତ ରଖିପାରିଛି। ଅପରପକ୍ଷେ ଏହି ମ୍ୟାଚ୍‌ରେ ପରାଜୟ ହେବା ପରେ ଫିଫା ବିଶ୍ୱକପ୍‌ ଅଭିଯାନ ଶେଷ କରିଛି କୋଷ୍ଟାରିକା। କେବଳ ସୌଜନ୍ୟମୂଳକ ଏହି ଗ୍ରୁପର ଖେଳ ହେବ।

କୋଷ୍ଟାରିକାର ଡିଫେନ୍ସକୁ ଭେଦି ବ୍ରାଜିଲର ଖେଳାଳିମାନେ ଅନେକ ଥର ଗୋଲ ପୋଷ୍ଟର ନିକଟତର ହୋଇଥିଲେ କିନ୍ତୁ ସଫଳତା ମିଳି ପାରୁ ନଥିଲା। ବ୍ରାଜିଲର ଅଧିକ ସର୍ଟ ଅଫ ସାଇଡରେ ବାହାରି ଯାଉଥିଲା। ବ୍ରାଜିଲ ୨୬ମିନିଟରେ ଗୋଲ ଦେଇ ଦର୍ଶକଙ୍କ ମନକୁ କିଣିଥିଲା, ମାତ୍ର ଏହି ଗୋଲକୁ ମ୍ୟାଚ ରେଫରି ବାତିଲ କରି ଦେଇଥିଲେ। ଗୋବ୍ରିଏଲ ଜିସସଙ୍କ ଦ୍ୱାରା ଦିଆଯାଇଥିବା ଗୋଲକୁ ଅଫ୍‌ସାଇଡ କୁହାଯାଇଥିଲା। ଏହି କାରଣରୁ ବ୍ରାଜିଲ ଗୋଲମାମଲାରେ କୋଷ୍ଟାରିକାର ସମକକ୍ଷ ଥିଲା। ୩୮ ମିନିଟରେ ନେମାରଙ୍କୁ ଗୋଲ ଦେବାକୁ ସୁଯୋଗ ମିଳିଥିଲା। ତଥାପି ଏଥିରୁ ବ୍ରାଜିଲକୁ କିଛି ଲାଭ ମିଳି ନଥିଲା।

ସମ୍ବନ୍ଧିତ ଖବର