ଫିଫା ଏଲିଟ୍‌ କୋଚିଂ ନେଲେ ଶୁଭେନ୍ଦୁ

ଭୁବନେଶ୍ୱର: ଭାରତୀୟ ଯୁବ ଦଳ (୧୫ ବର୍ଷରୁ କମ୍‌)ର ପ୍ରଥମ ଓଡ଼ିଆ ପ୍ରଶିକ୍ଷକ ଶୁଭେନ୍ଦୁ ପଣ୍ଡା ଗୋଆରେ ଅନୁଷ୍ଠିତ ଫିଫା ଏଲିଟ୍‌ କୋଚିଂ କୋର୍ସରେ ଭାଗ ନେଇଛନ୍ତି। ଦେଶର ୧୯ ଜଣ ପ୍ରମୁଖ ଫୁଟ୍‌ବଲ୍‌ ପ୍ରଶିକ୍ଷକଙ୍କୁ ନେଇ ଆୟୋଜିତ ଏହି ୫ ଦିନିଆ ପାଠ୍ୟକ୍ରମ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଡେନ୍‌ମାର୍କରୁ ଆସିଥିବା ଫିଫା ଇନ୍‌ଷ୍ଟ୍ରକ୍ଟର୍‌ କିମ୍‌ ପଲ୍‌ସନ୍‌ ଏହି ପାଠ୍ୟକ୍ରମକୁ ପରିଚାଳନା କରିଥିଲେ। ରାଜ୍ୟର ଏକମାତ୍ର ‘ଏ’ ଲାଇସେନ୍‌ସ ପ୍ରାପ୍ତ ପ୍ରଶିକ୍ଷକ ଶୁଭେନ୍ଦୁ ମଧ୍ୟ ଗତବର୍ଷ ପ୍ରଥମ ଭାରତୀୟ ଭାବେ ଫୁଟ୍‌ବଲ୍‌ ପିରିଓଡାଏଜେସନ୍‌ ବିଶେଷଜ୍ଞ ପାଲଟିଥିଲେ।

ସମ୍ବନ୍ଧିତ ଖବର