ନୂଆଦିଲ୍ଲୀ: ଭାରତୀୟ ଫୁଟ୍ବଲ୍ ଦଳ ପୁଣି ଥରେ ଫିଫା ମାନ୍ୟତାର ଶୀର୍ଷ-୧୦୦ ମଧ୍ୟକୁ ପ୍ରବେଶ କରିଛି। ଫେବ୍ରୁଆରି ମାସ ପାଇଁ ଗୁରୁବାର ପ୍ରକାଶିତ ମାନ୍ୟତା ତାଲିକାରେ ପ୍ରଶିକ୍ଷକ ଷ୍ଟିଫେନ୍ କୋନ୍ଷ୍ଟାଣ୍ଟିନେଙ୍କ ଭାରତୀୟ ଦଳ ୩ ସ୍ଥାନ ଲମ୍ଫ ଦେଇ ୯୯ରେ ପହଞ୍ଚିଯାଇଛି। ଫେବ୍ରୁଆରି ରେଟିଂ ପଏଣ୍ଟ୍ରେ ୬ ପଏଣ୍ଟ୍ର ଫାଇଦା ଉଠାଇ ୩୩୩ରେ ପହଞ୍ଚିଛି।