ମସ୍କୋ: ରୁଷିଆରେ ଫିଫା ବିଶ୍ୱକପ୍ର ୨୧ତମ ସଂସ୍କରଣ ଚାଲିଛି। ଏହା ଆଗାମୀ ଜୁଲାଇ ୧୫ ପର୍ଯ୍ୟନ୍ତ ଚାଲିବ। କିଛି ଦିନ ପୂର୍ବରୁ ଫିଫା ବିଶ୍ୱକପ୍ରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବେଳେ ଏବେ ବିଷାକ୍ତ ସାପ ଭୟ ସୃଷ୍ଟି ହୋଇଛି। ଦକ୍ଷିଣ ପଶ୍ଚିମ ସହର ଭୋଲଗୋଗ୍ରାଦ ସହରରେ ମଧ୍ୟ ଫିଫା ବିଶ୍ୱକପର କିଛି ମ୍ୟାଚ ଆୟୋଜନ ହେଉଛି। ଏଠାରେ ମାଛି ସଂକ୍ରମଣ ଯୋଗୁଁ ଭୋଲଗା ନଦୀ ଦେଇ ବ୍ଲାକ ଭାଇପର ସ୍ନେକ ସ୍ପୋର୍ଟସ ଏରିନା ପର୍ଯ୍ୟନ୍ତ ପହଞ୍ଚି ଯାଉଛନ୍ତି। ବ୍ଲାକ ଭାଇପର ସ୍ନେକ ବିଷାକ୍ତ ହୋଇଥାଏ। ଏହି ସାପ କାମୁଡିଲେ ବ୍ୟକ୍ତିର ମୃତ୍ୟୁ ହେବାର ସମ୍ଭାବନା ଅଧିକ ଥାଏ। ସହରର ଭିନ୍ନ ଭିନ୍ନ ସ୍ଥାନରେ ଏହି ସାପଗୁଡ଼ିକ ଦେଖାଯାଉଥିବା ଗଣମାଧ୍ୟମ ଦ୍ୱାରା ରିପୋର୍ଟ କରାଯାଇଛି। ଏହି ଖବର ଆସିବା ପରେ ପ୍ରଶାସନର ମୁଣ୍ଡ ବ୍ୟଥା ପାଲଟିଛି।
ଚଳିତ ଫିଫା ବିଶ୍ୱକପ୍ରେ ଖେଳାଳିଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖାଯାଇଛି। ଯେଉଁ ଖେଳାଳିମାନଙ୍କ ଠାରୁ ଦର୍ଶକ ବହୁ ଆଶା କରିଥିଲେ, ତାହା ପାଇ ପାରି ନାହାନ୍ତି। ଅନ୍ୟପକ୍ଷରେ ଅନ୍ୟ ଯୁବ ଖେଳାଳିମାନେ ଅଚାନକ ଉଭା ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବେଲଜିୟମ ଓ ୫ ଥର ଚମ୍ପିଅନ ବ୍ରାଜିଲ ମଧ୍ୟରେ ଜୁଲାଇ ୬ରେ ମୁକାବିଲା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/snake.jpg)