ଫିଫା ୧୭ ବର୍ଷରୁ କମ୍ ବିଶ୍ୱ କପ୍ ଫାଇନାଲ ଆଜି, ୮ ବର୍ଷ ପରେ ମିଳିବ ନୂଆ ବିଜେତା
ଚମ୍ପିଅନ ଟ୍ରଫି ପାଇଁ ସ୍ପେନ୍ ଓ ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା, ପ୍ରସାରଣ ରାତି ୮ଟାରେ
ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଆୟୋଜନ ଚାଲିଥିବା ଫିଫା ୧୭ ବର୍ଷରୁ କମ୍ ବିଶ୍ୱ କପ୍ ଫାଇନାଲ ମ୍ୟାଚ୍ ଶନିବାର ରାତି ୮ଟାରୁ ଆରମ୍ଭ ହେବାକୁ ଯାଉଛି। କୋଲକାତାର ସଲଟ୍ ଲେକ୍ ଷ୍ଟାଡିୟମରେ ଚମ୍ପିଅନ ପାଇଁ ସ୍ପେନ ଓ ଇଂଲଣ୍ଡ ମଧ୍ୟରେ ଏହି ମୁକାବିଲା ହେବ। ଚମ୍ପିୟନ ଯିଏ ବି ହେଉ ନା କାହିଁକି ଆଠ ବର୍ଷ ପରେ ଏହି ଅନୁଭୂତି ନୂଆଁ ଟିମ୍କୁ ମିଳିବ। ୨୦୦୯ରେ ହୋଇଥିବା ୧୭ ବର୍ଷରୁ କମ୍ ଫିଫା ବିଶ୍ୱ କପ୍ରେ ସ୍ୱିଜରଲ୍ୟାଣ୍ଡର ଟିମ୍ ନାଇଜେରିଆକୁ ପରାସ୍ତ କରି ଚମ୍ପିଅନ ହୋଇଥିଲା।
ଚଳିତ ଟୁର୍ଣ୍ଣାମେଣ୍ଟରେ ଫୁଟବଲର ପାଓ୍ଵାରହାଉସ୍ ଓ ୩ଥର ଚମ୍ପିଅନ ବ୍ରାଜିଲକୁ ପରାସ୍ତ କରି ଇଂଲଣ୍ଡ ଟିମ୍ ପ୍ରଥମ ଥର ୧୭ ବର୍ଷରୁ କମ୍ ଫାଇନାଲରେ ପ୍ରବେଶ କରିଛି। ସେହିପରି ସ୍ପେନ୍ ଏପର୍ଯ୍ୟନ୍ତ ୩ଥର ଫାଇନାଲରେ ପ୍ରବେଶ କରି ମଧ୍ୟ ଚମ୍ପିଅନ ଟ୍ରଫି ନେବାରେ ବିଫଳ ହୋଇଛି। ୪ର୍ଥ ଉଦ୍ୟମରେ ପୂରୁଣା ସ୍ୱପ୍ନକୁ ପୂରଣ କରିବାକୁ ଆଶା ରଖିଛି।
ପ୍ରଥମ ଥର ଫାଇନାଲରେ ଇଂଲଣ୍ଡ
ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ଏପର୍ଯ୍ୟନ୍ତ କ୍ୱାଟର ଫାଇନାଲରେ ପହଞ୍ଚି ଥିଲା। ସ୍ପେନ ୧୯୯୧ରେ ଘାନା, ୨୦୦୩ରେ ବ୍ରାଜିଲ ଓ ୨୦୦୭ରେ ନାଇଜେରିଆରେ ଅନୁଷ୍ଠିତ ୧୭ ବର୍ଷରୁ କମ୍ ଫିଫା ବିଶ୍ୱ କପ୍ର ଉପ ବିଜେତା ରହିଛି। ଇଂଲଣ୍ଡ ସେମିଫାଇନାଲରେ ବ୍ରାଜିଲକୁ ୩-୧ ଗୋଲରେ ଓ ସ୍ପେନର ଟିମ୍ ମାଳିକୁ ୩-୧ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।
ବ୍ରୁଷ୍ଟେରଙ୍କ କ୍ରମାନ୍ଵୟରେ ୨ ହ୍ୟାଟ୍ରିକ
ଇଂଲଣ୍ଡ ଫୁଟବଲ ଟିମର ସୁପରଷ୍ଟାର ରିୟାନ ବ୍ରୁଷ୍ଟେର ଆମେରିକା ଓ ବ୍ରାଜିଲ ବିପକ୍ଷରେ କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲରେ କ୍ରମାନ୍ଵୟରେ ୨ଥର ହ୍ୟାଟ୍ରିକ ହାସଲ କରିବା ସହିତ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ସେହିଭଳି ସ୍ପେନର ଅଧିନାୟକ ଏବେଲ ରୁଇଜ ନିଜର ଡବଲ ଗୋଲ ଯୋଗୁଁ ଟିମ୍ ଫାଇନାଲରେ ପହଞ୍ଚିଛି।
ଇଂଲଣ୍ଡ ୨୦ ବର୍ଷରୁ କମ୍ ବିଶ୍ୱ କପ୍ରେ ବିଜୟୀ ହୋଇଛି।
-ଇଂଲଣ୍ଡର ଟିମ୍ ଫିଫା ୨୦ ବର୍ଷରୁ କମ୍ ଓ ଉଇରୋପିୟନ ଚମ୍ପିଅନସିପ୍ରେ ବିଜୟୀ ହୋଇଛି। ଏବେ ୧୭ ବର୍ଷରୁ କମ୍ ଫିଫା ବିଶ୍ୱ କପ୍ ଉପରେ ନଜର ରଖିଛି।
-ସ୍ପେନ୍ ଗ୍ରୁପ-ଡିରେ ବ୍ରାଜିଲ ଠାରୁ ନିଜର ପ୍ରଥମ ମ୍ୟାଚ ହାରି ଯାଇଥିଲା। ଉଭୟ ଟିମ୍ରେ ଭଲ ଖେଳାଳି ଅଛନ୍ତି।
-ଏହି ପଡ଼ିଆରେ ଫାଇନାଲ ପୂର୍ବରୁ ବ୍ରାଜିଲ ଓ ମାଲି ମଧ୍ୟରେ ୩ୟ ସ୍ଥାନ ପାଇଁ କାଂସ୍ୟ ପଦକ ପାଇଁ ମ୍ୟାଚ ଖେଳାଯିବ।
ଟୁର୍ଣ୍ଣାମେଣ୍ଟସ୍ ରେକର୍ଡ
-୧୮ଟି ଗୋଲ ସହିତ ଇଂଲଣ୍ଡ ସମସ୍ତଙ୍କ ଆଗରେ ରହିଛି।
-୧୫୭ ସର୍ଟ ଖେଳିଛନ୍ତି ମାଳିର ଖେଳାଳି।
-୩.୫ ହାରରେ ଗୋଲ ହୋଇଛି।
-୦୭ଗୋଲ ଦେଇଛନ୍ତି ଇଂଲଣ୍ଡର ବ୍ରିଓ୍ଵଷ୍ଟର, ଏହା ହେଉଛି ସର୍ବାଧିକ।