ଭୁବନେଶ୍ବର: ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଭାରତ ୨୦୨୨ର ଡ୍ର’ ଜୁନ୍ ମାସ ୨୪ ତାରିଖରେ ଜୁରିକରେ ହେବ ବୋଲି ବୁଧବାର ଘୋଷଣା ହୋଇଛି। ଏଥିସହ ଭୁବନେଶ୍ବର, ଗୋଆ ଓ ନଭି ମୁମ୍ବାଇକୁ ଆୟୋଜନ ସହର ଭାବେ ବଛା ଯାଇଛି। ଏହି ତିନିଟି ଭେନ୍ୟୁରେ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ଖେଳାଯିବା ନେଇ ଫିଫା ନିଶ୍ଚିତ କରିଛି। ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ସବୁ ପ୍ରକାର ତର୍ଜମା ପରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ, ଗୋଆର ପଣ୍ଡିତ ଜବାହରଲାଲ ନେହରୁ ଷ୍ଟାଡିୟମ ଏବଂ ନଭି ମୁମ୍ବାଇସ୍ଥିତ ଡିୱାଇ ପାଟିଲ ଷ୍ଟାଡିୟମ ନାମ ଉପରେ ଫିଫା ମୋହର ମାରିଛି। ଆୟୋଜକ ଭାରତ ସହ ଅନ୍ୟ ୬ ଦେଶ ବ୍ରାଜିଲ, ଚିଲି, ଚୀନ୍, କଲମ୍ବିଆ, ଜାପାନ ଓ ନ୍ୟୁଜିଲାଣ୍ଡର ଅଂଶଗ୍ରହଣ ଏପର୍ଯ୍ୟନ୍ତ ସ୍ଥିର ହୋଇଛି। ଏହି ପ୍ରତିଯୋଗିତାରେ ୧୬ ଦଳ ଅଂଶଗ୍ରହଣ କରିବେ। ଜୁନ୍ ୨୪ ତାରିଖ ସୁଦ୍ଧା ଅନ୍ୟ ଦଳଗୁଡ଼ିକର ନାମ ଆସିବା ପ୍ରାୟତଃ ସମ୍ଭାବନା ରହିଛି।
ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଡ୍ର’ ଜୁନ୍ ୨୪ରେ: ଭୁବନେଶ୍ବର, ଗୋଆ ଓ ନଭି ମୁମ୍ବାଇ ଆୟୋଜକ ସହର
/sambad/media/post_attachments/wp-content/uploads/2022/04/fifa19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)