ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ : ଭାରତରେ ଖେଳିବେ ସ୍ପେନ୍‌, ଇଂଲଣ୍ଡ ଓ ଜର୍ମାନି

ମୁମ୍ୱାଇ : କରୋନା ମହାମାରୀ କାରଣରୁ ୟୁରୋପୀୟ ଯୋଗ୍ୟତା ପ୍ରତିଯୋଗିତା ବାତିଲ ହେଇଯାଇଛି। ଫଳରେ ଆସନ୍ତା ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ପାଇଁ ୟୁରୋପୀୟ ଦଳ ଭାବେ ଶୁକ୍ରବାର ବିଜେତା ସ୍ପେନ୍ ସହ ଇଂଲଣ୍ଡ ଓ ଜର୍ମାନି ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ୟୁରୋପୀୟ ଫୁଟ୍‌ବଲ୍‌ ସଂଘ (ୟୁଇଏଫ୍‌ଏ) ପକ୍ଷରୁ ଆଗାମୀ ବିଶ୍ବକପ୍‌ରେ ଇଂଲଣ୍ଡ, ଜର୍ମାନି ଓ ସ୍ପେନ୍‌ ଭାଗନେ‌ବେ। କରୋନା ମହାମାରୀ କାରଣରୁ ୟୁଇଏଫ୍‌ଏ ୧୭ ବର୍ଷରୁ କମ୍‌ ମହିଳା ଚାମ୍ପିଅନ୍‌ସିପ୍‌ ବାତିଲ ହେବାରୁ ଏହି ୩ ଦେଶକୁ ମନୋନୀତ କରାଯାଇଛି ବୋଲି ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି) ପକ୍ଷରୁ ଜାରି ଏକ ବିବୃତିରେ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର