ଫିଫା ମହିଳା ବିଶ୍ବକପ୍‌:ନେଦରଲାଣ୍ଡ୍‌, କାନାଡ଼ା ବିଜୟୀ

ପ୍ୟାରିସ୍‌: ଚଳିତ ଫିଫା ମହିଳା ବିଶ୍ବକପ୍‌ରେ କାନାଡ଼ା ଦଳ ଗ୍ରୁପ୍‌-ଇ’ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ପ୍ରଥମ ମ୍ୟାଚ୍‌ରେ ଏହି ଦଳ ୧-୦ ଗୋଲ୍‌ରେ ଉତ୍କଣ୍ଠାପୂର୍ଣ୍ଣ ଭାବେ କାମେରୁନ୍‌କୁ ପରାସ୍ତ କରିଦେଇଛି। ପ୍ରଥମାର୍ଧର ଶେଷ ମିନିଟ୍‌ରେ ହିଁ ଡିଫେଣ୍ଡର କାଦିସା ବୁଚାନାନ୍‌ (୪୫ ମିନିଟ୍‌) ମ୍ୟାଚ୍‌ର ଏକମାତ୍ର ଗୋଲ୍‌ କରିଥିଲେ। ଦ୍ବିତୀୟାର୍ଧରେ ଆଉ କୌଣସି ଗୋଲ୍‌ ନହେବାରୁ କାନାଡା ବିଜୟ ସହ ପଳର୍ଣ୍ଣ ୨ ପଏଣ୍ଟ୍‌ରୁ ଅଭିଯାନ ଆରମ୍ଭ କରିଛି। ସେହିପରି ସୋମବାର ରାତିରେ ଖେଳାଯାଇଥିବା ଗ୍ରୁପ୍‌-ଡି’ର ଏକ ମ୍ୟାଚ୍‌ରେ ଜାପାନ ଓ ଆର୍ଜେଣ୍ଟିନା ପଏଣ୍ଟ୍‌ ବାଣ୍ଟିଥିଲେ। ଏହି ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ଭା‌ବେ ଶେଷ ହୋଇଥିଲା। ଫଳରେ ଆମେରିକାକୁ ପରାସ୍ତ କରି ୨୦୧୧ ବିଶ୍ବକପ୍‌ ବିଜେତା ଜାପାନ ନିରାଶ ହୋଇଛି। ମଙ୍ଗଳବାରର ଦ୍ବିତୀୟ ମ୍ୟାଚ୍‌ରେ ୟୁରୋପିଆନ୍‌ ବିଜେତା ନେଦରଲାଣ୍ଡ୍‌ ୧-୦ ଗୋଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିଦେଇଛି।

ସମ୍ବନ୍ଧିତ ଖବର