କୋଲକାତା: ରବିବାରର ଚତୁର୍ଥ ତଥା ଶେଷ ମୁକାବିଲାରେ ମେକ୍ସିକୋକୁ ଇରାକ ୧-୧ ଗୋଲ୍ରେ ଅଟକାଇ ଦେଇଥିଲା। ନିର୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇ ପଏଣ୍ଟ ବାଣ୍ଟିଥିଲେ। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଇରାକ ମହମ୍ମଦ ଦାଉଦ (୧୬ ମିିନିଟ୍)ଙ୍କ ଗୋଲ୍ ବଳରେ ଆଗୁଆ ହୋଇ ଯାଇଥିଲା। ପ୍ରଥମାର୍ଧ ଶେଷ ସୁଦ୍ଧା ମେକ୍ସିକୋ ଏହାକୁ ଶୁଝାଇ ପାରି ନଥିଲା। ଦ୍ୱିତୀୟାର୍ଧର ଷଷ୍ଠ ମିନିଟ୍ରେ ରୋବେର୍ଟୋ ଡି’ ଲା ରୁସା ଇରାକ ରକ୍ଷଣଭାଗକୁ ଭେଦ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ସ୍ଥିତି ସମାନ ସ୍ତରକୁ ଆସି ଯାଇଥିଲା। ବଳକା ସମୟରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇ ପାରି ନଥିଲେ। ଫଳରେ ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ରହିଥିଲା।
ମେକ୍ସିକୋକୁ ଅଟକାଇଲା ଇରାକ
/sambad/media/post_attachments/wp-content/uploads/2017/10/xx.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)