କଲିନଙ୍ଗରାଦ : ଶନିବାର ବିଳମ୍ବିତ ରାତିରେ ଫିଫା ବିଶ୍ୱକପ୍ର ଏକ ଗ୍ରୁପ୍ ‘ଡି’ ମ୍ୟାଚ୍ରେ ପ୍ରଥମାର୍ଧ ସୁଦ୍ଧା ନାଇଜେରିଆ ବିପକ୍ଷରେ କ୍ରୋଏସିଆ ୧-୦ ଗୋଲ୍ରେ ଆଗୁଆ ରହିଛି। ଓଘେନିକୋରୋ ଇତିବୋଙ୍କ ଆତ୍ମଘାତୀ ଗୋଲ୍ ହିଁ ନାଇଜେରିଆ ପାଇଁ କାଳ ହୋଇଛି। ପୂର୍ବରୁ ଏହି ଗ୍ରୁପ୍ର ଏକ ମ୍ୟାଚ୍ରେ ମେସିଙ୍କ ପେନାଲ୍ଟି ମିସ୍ କାରଣରୁ ଆର୍ଜେଣ୍ଟିନାକୁ ପ୍ରଥମ ପଦାର୍ପଣକାରୀ ଦଳ ଆଇସଲାଣ୍ଡ୍ ବିପକ୍ଷରେ ୧-୧ ଅମୀମାଂସିତରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମସ୍କୋ ବିଶ୍ୱକପ୍ ପୂର୍ବରୁ ସାଂପ୍ରତିକ ଫୁଟବଲ୍ର ଦୁଇ ମହାନ ତାରକା ଲିଓନେଲ୍ ମେସି ଏବଂ କ୍ରିଷ୍ଟିଆନୋ ରୋନାଲଡୋଙ୍କୁ ନେଇ ଅନେକ ଚର୍ଚା ହେଉଥିଲା। ଏମାନଙ୍କ ଉପରେ ପ୍ରଶଂସକଙ୍କର ବହୁତ ଆଶା ଓ ବିଶ୍ୱାସ ଥିଲା। ରୋନାଲଡୋ ନିଜ ପ୍ରଥମ ମ୍ୟାଚ୍ରେ ହିଁ ହିରୋ ପାଲଟି ଯାଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଖେଳା ଯାଇଥିବା ସ୍ପେନ୍ ବିପକ୍ଷ ମୁକାବିଲାରେ ହ୍ୟାଟ୍ରିକ୍ ଗୋଲ୍ ଦେଇ ଆରମ୍ଭରୁ ସେ ନିଜ ଛାପ ଛାଡ଼ିଥିଲେ। ଆର୍ଜେଣ୍ଟିନାର ମହାନ ଖେଳାଳି ମେସି କିନ୍ତୁ ନିଜ ପ୍ରଥମ ମ୍ୟାଚ୍ରେ ପୂରା ଫିକା ପଡ଼ି ଯାଇଥିଲେ। ଶନିବାର ପେନାଲ୍ଟିକୁ ଗୋଲ୍ରେ ରୂପାନ୍ତର କରିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିବା ସହ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳୁଥିବା ଆଇସ୍ଲାଣ୍ଡ ବିପକ୍ଷରେ ସେ ଏକାଧିକ ସହଜ ଗୋଲ୍ ହରାଇଥିଲେ। ତାଙ୍କର ଅଧିକାଂଶ ସଟ୍ ଆଶ୍ଚର୍ଯ୍ୟଜନକ ଭାବେ ଲକ୍ଷ୍ୟହୀନ ହୋଇ ଗୋଲ୍ ପୋଷ୍ଟ ବାହାରେ ବାହାରେ ଚାଲି ଯାଇଥିଲା। ଫଳରେ ଚଳିତ ସଂସ୍କରଣର ଅନ୍ୟତମ ଦାବିଦାର ଆର୍ଜେଣ୍ଟିନା ସର୍ଗେଇ ଆଗୁରୋଙ୍କ ଊନ୍ନବିଂଶ ମିନିଟ୍ ଗୋଲ୍ ସତ୍ତ୍ୱେ ଅନଭିଜ୍ଞ ଆଇସ୍ଲାଣ୍ଡ ସହ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ହୋଇଥିଲା। ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଦେବାରୁ ମ୍ୟାଚ୍ ୧-୧ରେ ଅମୀମାଂସିତ ରହିଥିଲା। ଏହା ପୂର୍ବରୁ ଖେଳା ଯାଇଥିବା ମ୍ୟାଚ୍ରେ ପଲ୍ ପୋଗ୍ବାଙ୍କ ନିର୍ଣ୍ଣାୟକ ଗୋଲ୍ ବଳରେ ପୂର୍ବ ବିଜେତା ଫ୍ରାନ୍ସ ୨-୧ ଗୋଲ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଉପଯୋଗ ହେଉଥିବା ଭିଏଆର ବୈଷୟିକ ଜ୍ଞାନ କୌଶଳରେ ରେଫରିଙ୍କ ନିଷ୍ପତ୍ତି ବଦଳିଥିଲା। ସେଥିପାଇଁ ଏହି ମ୍ୟାଚ୍ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ଯାଇଥିଲା।
ଶନିବାର ତୃତୀୟ ଦିସବରେ ପୂର୍ବ ମ୍ୟାଚ୍ ଗୁଡ଼ିକରେ ଫ୍ରାନ୍ସ ୨-୧ ଗୋଲ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାବେଳେ ଡେନ୍ମାର୍କ ୧-୦ ଗୋଲ୍ରେ ପେରକୁ ହରାଇଥିଲା।