ଦୋହା: କାତାର ବିଶ୍ବକପ୍ ପାଇଁ ଗତ ୪ ବର୍ଷ ମଧ୍ୟରେ ଫିଫା ୭୫୦ କୋଟି ଡଲାର ଆୟ କରିଛି। ଗତ ୨୦୧୮ ରୁଷିଆ ବିଶ୍ବକପ୍ ପ୍ରାକ୍ ଆୟ ତୁଳନାରେ ଏହା ୧୦୦ କୋଟି ଡଲାର ଅଧିକ ରହିଛି। ଏହି ଅଧିକ ଆୟ କାତାରର ନିଜସ୍ବ କିଛି ପ୍ରାୟୋଜକଙ୍କଠୁ ଆସିଛି। ଶୀର୍ଷ ପ୍ରାୟୋଜକଙ୍କ ମଧ୍ୟରେ କାତାର ଏନର୍ଜି ସାମିଲ ଥିଲା ବେଳେ ତୃତୀୟ ପକ୍ଷ ପ୍ରାୟୋଜକ ଭାବେ କାତାରି ବ୍ୟାଙ୍କ୍ କ୍ୟୁଏନ୍ବି ଓ ଟେଲିକମ୍ କମ୍ପାନି ଉରେଡୁଠାରୁ ବଡ଼ ଆୟ ମିଳିଥିବା ସୂଚନା ଦିଆଯାଇଛି। ତେବେ ୨୦୧୧ରେ ସେପ୍ ବ୍ଲାଟରଙ୍କ ସଭାପତିତ୍ବ କାର୍ଯ୍ୟକାଳ ସମୟରେ ଋଷିଆ ଓ କାତାର ବିଶ୍ବକପ୍ ପାଇଁ ପ୍ରସାରଣ ରାଜିନାମା ସ୍ବାକ୍ଷର ହୋଇଯାଇଥିଲା।
ଦୋହା: କାତାର ଫିଫା ବିଶ୍ବକପ୍ରେ ଅଂଶଗ୍ରହଣକୁ ସ୍ମରଣୀୟ କରିବା ଲାଗି ଇକ୍ବେଡ଼ର ସେଣ୍ଟ୍ରାଲ ବ୍ୟାଙ୍କ୍ ୧୫୦୦ ସ୍ବତନ୍ତ୍ର ମୁଦ୍ରା ପ୍ରଚଳନ କରିଛି। ଚତୁର୍ଥ ଥର ଲାଗି ବିଶ୍ବକପ୍ ଖେଳୁଥିବା ଏହି ଦେଶର କ୍ବିତୋ, ଗୁୟାକ୍ବିଲ ଓ କୁଏନ୍ସାରେ ଶୁକ୍ରବାରଠୁ ଏହି ସ୍ବତନ୍ତ୍ର ମୁଦ୍ରା ମିଳୁଛି। ଏହି ମୁଦ୍ରାଟି ରୁପାରେ ପ୍ରସ୍ତୁତ ହୋଇଥିଲା ବେଳେ ଗୋଟିଏ ପଟେ ବଲ୍ ଏବଂ ଅନ୍ୟପଟେ ଇକ୍ବେଡ଼େରୀୟ କୋଟ୍ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/65sf4h654fh56fh.jpg)