ଗୌହାଟୀ: ଚଳିତ ଫିଫା ୧୭ ବର୍ଷରୁ କମ୍ ବିଶ୍ୱକପ୍ ଫୁଟ୍ବଲ୍ର ରବିବାର ଖେଳା ଯାଇଥିବା ପ୍ରଥମ ମୁକାବିଲାରେ ଶକ୍ତିିଶାଳୀ ଫ୍ରାନ୍ସ ଅନଭିଜ୍ଞ ନ୍ୟୁ କାଲେଡୋନିଆକୁ ୭-୧ ଗୋଲ୍ର ବୃହତ୍ ବ୍ୟବଧାନରେ ପରାସ୍ତ କରିଛି। ଗୌହାଟୀର ଇନ୍ଦିରା ଗାନ୍ଧୀ ଦୌଡ଼କୁଦ ଷ୍ଟାଡିୟମ୍ରେ ଖେଳା ଯାଇଥିବା ଏହି ଗ୍ରୁପ୍-ଇ ମୁକାବିଲାରେ ଫରାସୀ ଖଳାଳିମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲେ। ଅନ୍ୟ ପକ୍ଷରେ ଦୁଇଟି ଆତ୍ମଘାତୀ ଗୋଲ୍ ଦେବା ନ୍ୟୁ କାଲେଡୋନିଆ ପାଇଁ କାଳ ହୋଇଥିଲା। ଉଭୟାର୍ଧରେ ଗୋଟିଏ ଲେଖାଏଁ ଆତ୍ମଘାତୀ ଗୋଲ୍ ଦେଇ ଏହି ଦଳ ଫ୍ରାନ୍ସ ବିଜୟକୁ ସହଜ କରି ଦେଇଥିଲା। କାଲେଡୋନିଆର ଅସହାୟ ଖେଳାଳିମାନେ ମ୍ୟାଚ୍ରେ ମାତ୍ର ଗୋଟିଏ ସାନ୍ତ୍ୱନାମୂଳକ ଗୋଲ୍ ଦେବାକୁ ସକ୍ଷମ ହୋଇଥିଲେ। ପଞ୍ଚମ ମିନିଟ୍ରେ ହିଁ ଫ୍ରାନ୍ସ ପ୍ରତିପକ୍ଷ ଖେଳାଳି ଇଓ୍ଵା ବେନାର୍ଡଙ୍କ ଆତ୍ମଘାତୀ ଗୋଲ୍ ବଳରେ ଆଗୁଆ ହୋଇ ଯାଇଥିଲା। ଏହା ପରେ ମାତ୍ର ୨୪ ମିନିଟ୍ ଭିତରେ ୪ ଗୋଲ୍ ଦେଇ ମ୍ୟାଚ୍କୁ ନିଜ କବଜାକୁ ନେଇ ଯାଇଥିଲା। ପ୍ରଥମାର୍ଥ ସୁଦ୍ଧା ଫ୍ରାନ୍ସ ୬-୦ରେ ଆଗୁଆ ହୋଇ ଯାଇଥିଲା। ସେହିଭଳି ଶେଷ ମିନିଟ୍ରେ ଆଉ ଏକ ଗୋଲ୍ ଦେଇ ଏହାକୁ ୭-୦ କରି ନେଇଥିଲା। ସେପଟେ ନ୍ୟୁ କାଲେଡୋନିଆ ଇଞ୍ଜୁରି ଟାଇମରେ ଏକମାତ୍ର ଗୋଲ୍ ଦେଇ ପରାଜୟ ବ୍ୟବଧାନକୁ ୭-୧ କରିଥିଲା। ଫ୍ରାନ୍ସ ପକ୍ଷରୁ ଆମିନେ ଗୌରୀ (୨୦, ୩୩ ମିନିଟ୍) ଦୁଇଟି ଏବଂ କ୍ଲାଉଡିଓ ଗୋମ୍ସ (୪୦ ମିନିଟ୍), ଓ୍ଵିଲସନ୍ ଇସିଦାର (୯୦) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ନ୍ୟୁ କାଲେଡୋନିଆର କେନାର୍ଡ ଇଓ୍ଵା (୫)ଙ୍କ ସହ କିଆମ ଓ୍ଵାନେସି (୪୩) ବି ଆତ୍ମଘାତୀ ଗୋଲ୍ ଦେଇଥିଲେ। ଏହି ଦଳ ପକ୍ଷରୁ ଏକମାତ୍ର ଗୋଲ୍ ସିଦ୍ରି ଓ୍ଵାଦେନଜେସ୍ (୯୧) କରିଥିଲେ।
ନ୍ୟୁ କାଲେଡୋନିଆ ପାଇଁ ଆତ୍ମଘାତୀ ଗୋଲ୍ କାଳ
/sambad/media/post_attachments/wp-content/uploads/2017/10/France.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)