ଫିଫା ୧୭ ବର୍ଷରୁ କମ୍ ବିଶ୍ୱକପ୍ରେ ମହିଳା ରେଫରିଙ୍କୁ ଦେଖିବାକୁ ମିଳିବ। ମୋଟ ୫୨ ମ୍ୟାଚ୍ ବିଶିଷ୍ଟ ଏହି ବିଶ୍ୱକପ୍ ମ୍ୟାଚ୍ ପରିଚାଳନା ପାଇଁ ଫିଫା ପକ୍ଷରୁ ୭୭ ଜଣିଆ ରେଫରି ଦଳ ବଛାଯାଇଛି। ଯେଉଁଥିରେ ୭୦ ପୁରୁଷ ରେଫରିଙ୍କୁ ସହାୟତା କରିବେ ୭ ମହିଳା। ଫଳରେ ପ୍ରଥମ ଥର ଲାଗି ଏକ ପୁରୁଷ ପ୍ରତିଯୋଗିତାରେ ମ୍ୟାଚ୍ ପରିଚାଳନା ପାଇଁ ଫିଫା ମହିଳା ରେଫରିଙ୍କୁ ବାଛିଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ପ୍ରତି ମହାଦେଶରୁ ଜଣେ ଲେଖାଏଁ ମହିଳାଙ୍କୁ ବଛା ଯାଇଥିବା ଫିଫା କହିଛି। ଏବେ ପୁରୁଷଙ୍କ ପ୍ରତିଯୋଗିତାରେ ସଂପୃକ୍ତ ହେବାରେ ମହିଳା ରେଫରିଙ୍କ ପାଇଁ ସମୟ ଆସିଛି ବୋଲି କହିଛନ୍ତି ଫିଫାର ରେଫରିଙ୍କ ମୁଖ୍ୟ ମାସିମୋ ବୁସାକା। ଗତବର୍ଷ ମହିଳାମାନେ ବି ପୁରୁଷଙ୍କ ସହ ଏକାଠି ମ୍ୟାଚ୍ ଅଧିକାରୀ ଦାୟିତ୍ୱ ତୁଲାଇଥିଲେ। ତେଣୁ ଏବେ ଆମେ ଉଭୟ ପୁରୁଷ ଓ ମହିଳା ଏକାଠି ମ୍ୟାଚ୍ ପରିଚାଳନା କରନ୍ତୁ ବୋଲି ଆମେ ଚାହୁଁଥିବା ବୁସାକା କହିଛନ୍ତି। ବିଶ୍ୱକପ୍ ପରିଚାଳନା ପାଇଁ ବଛାଯାଇଥିବା ୭୭ ରେଫରିଙ୍କୁ ପ୍ରଶିକ୍ଷଣ ଦେବାକୁ ଫିଫା ୧୬ ଜଣ ମ୍ୟାଚ୍ ଅଧିକାରୀଙ୍କୁ ବାଛିଥିବା ରେଫରିଙ୍କ ନିର୍ଦେଶକ ଗୌତମ କର କହିଛନ୍ତି।
ପ୍ରଥମ ଥର ପୁରୁଷଙ୍କ ସହ ମହିଳା ରେଫରି
/sambad/media/post_attachments/wp-content/uploads/2017/10/Untitled-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)