କ୍ୱାର୍ଟର ଫାଇନାଲ୍‌ ପାଇଁ ଲଢ଼େଇ ଆଜିଠୁ 

ନୂଆଦିଲ୍ଲୀ: ଚଳିତ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ୍‌ ସ୍ଥାନ ଅକ୍ତିଆର କରିବା ପାଇଁ ସୋମବାରଠାରୁ ଲଢ଼େଇ ଆରମ୍ଭ ହେବ। ପ୍ରି-କ୍ୱାର୍ଟର ଫାଇନାଲ୍‌ ପର୍ଯ୍ୟାୟର ପ୍ରଥମ ଦିବସ ଦୁଇଟି ମ୍ୟାଚ୍‌ରେ କଲମ୍ବିଆ-ଜର୍ମାନି ଏବଂ ପାରାଗୁଏ-ଆମେରିକା ମୁହାଁମୁହିଁ ହେବେ। ଉଭୟ ମ୍ୟାଚ୍‌ ନୂଆଦିଲ୍ଲୀର ଜବାହରଲା ନେହରୁ ଷ୍ଟାଡିୟମ୍‌ରେ ଖେଳାଯିବ। କଲମ୍ବିଆ ୩ ମ୍ୟାଚ୍‌ରୁ ୨ ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ୍‌ ପାଇ ଗ୍ରୁପ୍‌-ଏ’ରେ ଦ୍ୱିତୀୟ ସ୍ଥାନ ପାଇଥିଲା ବେଳେ ଜର୍ମାନି ୩ ମ୍ୟାଚ୍‌ରୁ ୨ ବିଜୟ ଓ ୧ ପରାଜୟ ସହ ୬ ପଏଣ୍ଟ୍‌ ପାଇ ଗ୍ରୁପ୍‌-ସି’ରେ ଦ୍ୱିତୀୟ ହୋଇଥିଲା। ଅନ୍ୟପକ୍ଷରେ ପାରାଗୁଏ ୩ ମ୍ୟାଚ୍‌ରୁ ଅପରାଜେୟ ସହ ୯ ପଏଣ୍ଟ୍‌ ପାଇ ଗ୍ରୁପ୍‌-ବି ଶୀର୍ଷରେ ରହିଥିଲା ବେଳେ ଆମେରିକା ୨ ବିଜୟ ଏ ୧ ପରାଜୟ ସହ ୬ ପଏଣ୍ଟ୍‌ ପାଇ ଗ୍ରୁପ୍‌-ଏ ତୃତୀୟ ସ୍ଥାନ ପାଇଥିଲା।

ସମ୍ବନ୍ଧିତ ଖବର